Categories: ବାଣିଜ୍ୟ

ଏସି, ଏଲ୍‌ଇଡି ପାଇଁ ପିଏଲ୍‌ଆଇ ସ୍କିମ

ନୂଆଦିଲ୍ଲୀ:  ଏୟାର କଣ୍ଡିସନର ଏବଂ ଏଲ୍‌ଇଡି ଲାଇଟ ଭଳି କ୍ଷେତ୍ରରେ ମାନୁଫାକ୍‌ଚରିଂକୁ ଉତ୍ସାହିତ କରିବା ଲାଗି ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ(ପିଏଲ୍‌ଆଇ) ଯୋଜନାକୁ କେନ୍ଦ୍ର ସରକାର ବୁଧବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିଲାଗି ବଜେଟରେ ୬୨୩୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏଭଳି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ନୂଆ ଯୋଜନା ଦ୍ୱାରା ଏସି ଏବଂ ଏଲ୍‌ଇଡି ବର୍ଗରେ ମାନୁଫାକ୍‌ଚରିଂକୁ ପ୍ରୋତ୍ସାହନ ମିଳିବ ବୋଲି କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି।

Share