Categories: ଜାତୀୟ

ସରକାରଙ୍କୁ ହଟାଇବାକୁ ଷଡଯନ୍ତ୍ର କରୁଛନ୍ତି: ଶାହାଙ୍କୁ ମମତାଙ୍କ ପାଲଟା ଉତ୍ତର

କୋଲକାତା,୧୭।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିକଟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ। ଶାହା କହିଥିଲେ, ୨୦୨୪ ଲୋକ ସଭା ନିର୍ବାଚନରେ ଯଦି ଭାଜପା ୩୫ ରୁ ଅଧିକ ସିଟ୍‌ ପାଇବ, ତେବେ ରାଜ୍ୟରେ ଟିଏମସି ସରକାର କାର୍ଯ୍ୟକାଳ ଶେଷ କରିବେ। ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୟାନକୁ ନେଇ ପାଲଟା ଉତ୍ତର ଦେଇ କହିଛନ୍ତି, ଦେଶକୁ ସୁରକ୍ଷା ଦେବା ପରିବର୍ତ୍ତେ ସେମାନେ ଆମ ସରକାରଙ୍କୁ ହଟାଇବାକୁ ଷଡଯନ୍ତ୍ର କରୁଛନ୍ତି।
ଏହା ବ୍ୟତିତ ରବିବାର ଅମିତ ଶାହାଙ୍କ ଏକ ସଭାରେ ଖରାତାପରେ ମୃତ୍ୟୁକୁ ନେଇ ମଧ୍ୟ ମମତା ବର୍ଷିଛନ୍ତି। ସେ କହିଛନ୍ତି, ନେତା ନିଜେ ଛାଇରେ ରୁହନ୍ତି, ଏସିରେ ରୁହନ୍ତି,ହେଲେ ଲୋକପ୍ରିୟତା ଦେଖାଇବାକୁ ପ୍ରବଳ ଖରାରେ ଲୋକଙ୍କୁ ବସାଇଥିଲେ। ଲୋକମାନେ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ସେମାନଙ୍କୁ ବାହାରକୁ ଯିବାକୁ ଦିଆଯାଇ ନ ଥିଲା।

Share