ଟିଟିଲାଗଡ଼,୮ା୮(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ ଅଧୀନ ଦେସିଲଠାରେ ସୋମବାର ଏକ ଅଘଟଣ ଘଟିଛି। ଜମିରେ ହଳ କରୁଥିବା ବେଳେ ଏକ ଟ୍ରାକ୍ଟର ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ କୂଅରେ ଗଳି ପଡିଥିଲା। ଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ସେ ଦେସିଲ ଗ୍ରାମର ଡାକ୍ତର ସାହୁ। ଏନେଇ ସ୍ଥାନୀୟ ଲୋକେ ଟିଟିଲାଗଡ଼ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି କୂଅରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।