ଭଙ୍ଗା ପାଇପ ସଜାଡ଼ିବାକୁ ମିସ୍ତ୍ରୀ ମାଗିଲେ ୪ ଲକ୍ଷ, ବିଲ୍‌ ଭାଇରାଲ

ବ୍ରିଟେନର ଜଣେ ପ୍ଲମ୍ବର ବା ପାଇପ୍‌ ମିସ୍ତ୍ରୀଙ୍କ ବିଲ୍‌ ଏବେ ଚର୍ଚ୍ଚାରେ ରହିଛି। ଏହି ପ୍ଲମ୍ବର ଜଣକ ତାଙ୍କର ଜଣେ ଛାତ୍ରଙ୍କ ଘରେ ଭଙ୍ଗା ପାଇପ ସଜାଡ଼ିବାକୁ ପହଞ୍ଚିଥିଲେ। ରୋଷେଇ ଘରେ ସାମାନ୍ୟ ପାଇପ୍‌ ଟିକିଏ ସଜାଡ଼ି ଦେବାକୁ ମିସ୍ତ୍ରୀ ଜଣକ ୪ ଲକ୍ଷ ଟଙ୍କା ଦାବି କରିଥିଲେ। ତାଙ୍କ ବିଲ୍‌ ଦେଖି ଏସ୍‌ଲେ ଡଗଲସ ନାମକ ଛାତ୍ରଙ୍କ ମୁଣ୍ଡ କିଛି କାମ କଲାନି। ୨୩ ବର୍ଷୀୟ ଏସ୍‌ଲେ ବର୍ତ୍ତମାନ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି। କାରଣ ମିସ୍ତ୍ରୀ ଜଣକ ତାଙ୍କୁ ବାରମ୍ବାର ଟଙ୍କା ମାଗୁଛନ୍ତି। ସେ ଏତେ ଟଙ୍କା କେଉଁଠୁ ଆଣିବେ ବୋଲି ଚିନ୍ତାରେ ପଡ଼ିଛନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି, ଆମ ରୋଷେଇ ଘରେ ପାଇପରୁ ପାଣି ପଡୁଥିଲା। ଏହା ପରେ ସେ ଫୋରନ୍‌ ପିଏମ୍‌ ପ୍ଲମ୍ବର ସର୍ଭିସକୁ ଫୋନ୍‌ କରିଥିଲେ। ଏହାର ପ୍ଲମ୍ବର ବା ପାଇପ୍‌ ମିସ୍ତ୍ରୀ ମେହଦୀ ପରଓ୍ବିଙ୍କୁ ଡାକିଥିଲେ। ସେ କହିଛନ୍ତି, ପ୍ରଥମେ ମୁଁ ତାଙ୍କୁ ପଚାରିଥିଲି ଏଥିରେ କେତେ ଟଙ୍କା ଖର୍ଚ୍ଚ ହେବ। ସେ କିଛି ନ କହି କାମ କରି ଚାଲିଥିଲେ। ମାତ୍ର ପରେ ଯେତେବେଳେ ମେହଦୀ ମୋତେ ବିଲ୍‌ ଦେଲେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। କାରଣ ୩୯୦୦ ପାଉଣ୍ଡ ଅର୍ଥାତ ପ୍ରାୟ ୪ ଲକ୍ଷ ଟଙ୍କାର ସେ ବିଲ୍‌ ଦେଇଥିଲେ। ଯାହାକି ସବୁଠୁ ଆଶ୍ଚର୍ଯ୍ୟଜନକ ଥିଲା। ନିରୁପାୟ ହୋଇ ଏସ୍‌ଲେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏନେଇ ଯାଞ୍ଚ କରୁଛି।