ଯୁକ୍ତ୨ ନାମଲେଖା ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର, ୧।୯(ବ୍ୟୁରୋ): ଯୁକ୍ତ୨ ନାମଲେଖା ପାଇଁ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିଥିବାରୁ ରାଜ୍ୟ ସରକାର ଆବେଦନ ପାଇଁ ଛାତ୍ରୀଛାତ୍ରଙ୍କୁ ଅଧିକ ସମୟ ଦେଇଛନ୍ତି। ପୂର୍ବରୁ ସେପ୍ଟେମ୍ବର ୪ ଶେଷ ତାରିଖ ରହିଥିଲା। ଏବେ ଆଉ ୭ ଦିନ ବଢ଼ାଇ ଦିଆଯାଇଛି। ସାମ୍ସ ପ୍ଲାଟ୍‌ଫର୍ମରେ ଯୁକ୍ତ୨ ପାଇଁ ଆବେଦନ କରିବାର ଶେଷ ତାରିଖ ୧୧ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।
ସେହିଭଳି ଯୁକ୍ତ୨ କଳା ପରୀକ୍ଷା ଫଳ ସଂକ୍ରାନ୍ତରେ ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଯୁକ୍ତ୨ କଳା ପରୀକ୍ଷାଫଳ ପ୍ରକାଶ ପାଇବାର ତାରିଖ ସ୍ପଷ୍ଟ ହୋଇଯିବ। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ହିଁ ଏହି ଫଳାଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି।

Share