ମାର୍ଚ୍ଚରେ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର,୬।୨(ବ୍ୟୁରୋ): ଚଳିତବର୍ଷ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ମାସରୁ ଆରମ୍ଭ ହେବ। ଥିଓରୀ ପରୀକ୍ଷା ମାର୍ଚ୍ଚ ୧୫ରୁ ଆରମ୍ଭ ହେବାକୁ ଥିବାବେଳେ ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ୨୨ ତଥା ଶେଷ ସପ୍ତାହରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ତେବେ ଚଳିତବର୍ଷର ପ୍ରାକ୍ଟିକାଲ ପରୀକ୍ଷା ଲାଗି ଚୂଡ଼ାନ୍ତ ପ୍ରଶ୍ନପତ୍ର ପହଞ୍ଚତ୍ଥିବାବେଳେ ଥିଓରୀ ପ୍ରଶ୍ନପତ୍ର ସମୀକ୍ଷା କରାଯିବା ପରେ ଚୂଡ଼ାନ୍ତ ପ୍ରିଣ୍ଟ ଲାଗି ହାଇଦ୍ରାବାଦ ପଠାଯାଇଛି। ଚଳିତବର୍ଷ ରାଜ୍ୟର ୨ ହଜାରରୁ ଅଧିକ ଜୁନିୟର କଲେଜରେ ପ୍ରାୟ ସାଢ଼େ ୪ ଲକ୍ଷ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ଏଥିପାଇଁ ଆପାତତଃ ୧୧୭୦ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିବାବେଳେ ପ୍ରଶ୍ନପତ୍ର ରଖିବା ଲାଗି ୬୫ରୁ ଅଧିକ ହବ୍‌ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଗତବର୍ଷ ଯୁକ୍ତ୨ ପରୀକ୍ଷା ବାତିଲ କରାଯାଇ ବିକଳ୍ପ ବ୍ୟବସ୍ଥାରେ ମାର୍କିଂ କରାଯାଇଥିଲା। ମାତ୍ର ଚଳିତବର୍ଷ ନିଶ୍ଚିତ ଭାବେ ପରୀକ୍ଷା କରାଯିବା ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ପରୀକ୍ଷା ପରିଚାଳନା, ମୂଲ୍ୟାଙ୍କନ, ଫଳ ପ୍ରକାଶରେ ସର୍ବାଧିକ ସ୍ବଚ୍ଛତା ଆଣିବା ଲାଗି ଗଣଶିକ୍ଷା ମନ୍ତ୍ରୀ ଏବଂ ସଚିବ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା କାର୍ଯ୍ୟସୂଚୀ ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିବାବେଳେ ଖୁବଶୀଘ୍ର କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର କୋଚିଂ ସେଣ୍ଟର ପାଇଁ ଆସିବ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୧୯ା୧୧: ରାଜ୍ୟରେ ଥିବା ଘରୋଇ କୋଚିଂ ସେଣ୍ଟର ପରିଚାଳନା ପାଇଁ ଆସିବ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି।...

ଆସୁଛି ଆଉ ଏକ ବଡ଼ ଲଘୁଚାପ

ଭୁବନେଶ୍ୱର,୧୯।୧୧: ବଙ୍ଗୋପସାଗରରେ ଆସୁଛି ଆଉ ଏକ ବଡ଼ ଲଘୁଚାପ। ୨୩ ତାରିଖ ସୁଦ୍ଧା ଲଘୁଚାପ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୧ତାରିଖ ସୁଦ୍ଧା...

ଗିରଫ ହେଲେ କୋଟିପତି ଡେପୁଟି ଜେନେରାଲ ମ୍ୟାନେଜର

ଭୁବନେଶ୍ୱର,୧୯।୧୧:ଗିରଫ ହେଲେ କୋଟିପତି OPHWC ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର ସୁବାସ ଚନ୍ଦ୍ର ପଣ୍ଡା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ...

ଫିଟୁଛି ବୈକୁଣ୍ଠ ଧାମର ଗୁମର: ‘ଶ୍ରୀ’ ଲେଖା ଉପରେ ମାଟି ବୋଳିଲେ ମହିଳା

ଭୁବନେଶ୍ୱର,୧୯ା୧୧: ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରି ବାରି ଅଞ୍ଚଳରେ ଥିବା ଶ୍ରୀ ବୈକୁଣ୍ଠଧାମ ଆଶ୍ରମରେ ଜଣେ ନାବାଳକଙ୍କୁ କଳ୍‌କୀ ଅବତାର କହି ତାଙ୍କ ପାଦ ଉପରେ...

ଅଧିକାରୀଙ୍କୁ ରୋକଠୋକ୍‌ ଶୁଣାଇଦେେଲେ ସୋଫିଆ ଫିର୍ଦ୍ଦୋସ୍‌: କାମ କରିବାର ଇଚ୍ଛା ନ ଥିଲେ କଟକ ଛାଡ଼…

କଟକ,୧୯ା୧୧(ଶିଳ୍ପା ପ୍ରିୟଦର୍ଶିନୀ):ବାଲିଯାତ୍ରାରେ ଲିଚୁଲାଇଟ୍‌ ଧରିପକାଇବାରୁ ଜଗତ୍‌ସିଂହପୁର ଅଞ୍ଚଳର ଛାତ୍ର ବିଶ୍ୱପ୍ରକାଶ ମନ୍ଥନଙ୍କ ମୃତ୍ୟୁ ଘଟିଛି। ଏସ୍‌ସିବି ମେଡିକାଲରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ବାରବାଟୀ-କଟକ ବିଧାୟିକା...

ଉପଜିଲାପାଳ ଗିରଫ: ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୧୯ା୧୧: ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକ ଶେଷରେ ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କୁ ଭିଜିଲାନ୍ସ ଗିରଫ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri