ଭୁବନେଶ୍ୱର,୨୬।୪(ବ୍ୟୁରୋ):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ। ମେ’ ୩୧ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ପରୀକ୍ଷାକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ସୋମବାରଠାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏହି ସେବା ମେ’ ୩୧ ତାରିଖ ଯାଏ କାର୍ଯ୍ୟକ୍ଷମ ରହିବ। ଛାତ୍ରୀଛାତ୍ରମାନେ ୦୬୭୪-୨୩୦୩୮୦୩ ଓ ୦୬୭୪-୨୩୦୩୮୦୩ରେ ଯୋଗାଯୋଗ କରି ଯେକୌଣସି ଅଭିଯୋଗ ଓ ସନ୍ଦେହ ଦୂର କରିପାରିବେ। ସୂଚନାଯୋଗ୍ୟ, ଚଳିତବର୍ଷ ୩ ଲକ୍ଷ ୨୧ ହଜାର ୫୦୮ ଛାତ୍ରୀଛାତ୍ର ଯୁକ୍ତ୨ ପରୀକ୍ଷା ଦେବେ। ଏଥିପାଇଁ ୧,୧୩୩ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ନୋଡାଲ୍ ସେଣ୍ଟର କରାଯାଇଛି। ଶୃଙ୍ଖଳିତ ପରୀକ୍ଷା ପାଇଁ ନୋଡାଲ୍ ସେଣ୍ଟର ଓ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି।