୩ ହାଇସ୍କୁଲରେ ପଢାଯିବ ଯୁକ୍ତ-୨ ପାଠ

ଝାରସୁଗୁଡ଼ା ଅଫିସ,୧୧ା୨: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ପଶ୍ଚିମ ଓଡିଶା ଗସ୍ତରେ ଆସି ଝାରସୁଗୁଡା ଜିଲାର ଶିକ୍ଷା ବ୍ୟବସ୍ଥାକୁ ନେଇ ସ୍ଥାନୀୟ ଡିପିସି କାର୍ଯ୍ୟାଳୟରେ ସମୀକ୍ଷା ଥିଲେ। କୌଣସି ଛାତ୍ରୀଛାତ୍ର ଗୁଣାମତ୍କ ଶିକ୍ଷାରୁ ବଞ୍ଚତ୍ତ ନ ହେବେ ଏହା ଉପରେ ଦୃଷ୍ଟିଦେବା ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ଇୟୁସି ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏ ନେଇ ନିର୍ଦ୍ଦେଶକ ସାହା ସର୍କିଟ୍‌ ହାଉସ୍‌ରେ ଜିଲାପାଳ ସରୋଜ ସାମଲ, ନିର୍ବାଚନ ପର୍ଯ୍ୟବେକ୍ଷକ ଇନ୍ଦ୍ରମଣି ତ୍ରିପାଠୀ, ଜିଲା ଶିକ୍ଷାଧିକାରୀ ପୁଷ୍ପା ମିଞ୍ଜ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ସୁଶାନ୍ତ ଘୁଟ୍ଟା ଓ ପ୍ରଦୀପ୍ତ ସା ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ। ଜିଲାପାଳ ସାମଲ ଜିଲାରେ ହେବାକୁଥିବା ମୁରଲିପାଲି ହାଇସ୍କୁଲ, ଅଢାପଡା ହାଇସ୍କୁଲ ଓ ବାଗଡିହି ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲ୍‌ (ଯୁକ୍ତ ୨)ରେ ଅପ୍‌ଗ୍ରେଡେଶନ କରିବା ନେଇ ନିର୍ଦ୍ଦେଶକ ସାହାଙ୍କ ସହିତ ଆଲୋଚନା କରିଥିଲେ।