ଅକ୍ଟୋବର ୧ରୁ ଯୁକ୍ତ ୨ ଅଫ୍‌ଲାଇନ ପରୀକ୍ଷା

ଭୁବନେଶ୍ୱର,୧୪।୯(ବ୍ୟୁରୋ): ଅକ୍ଟୋବର ୧ରୁ ଯୁକ୍ତ ୨ ଅଫଲାଇନ ପରୀକ୍ଷା ଆରମ୍ଭ ହେବ। ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେଇପାରିବେ। ଏହି ପରୀକ୍ଷା ଅକ୍ଟୋବର ୧ରୁ ୧୧ତାରିଖ ପର୍ଯ୍ୟନ୍ତ ଚାଲିବ। ରବିବାର ମଧ୍ୟ ଛାତ୍ରୀଛାତ୍ର ପରୀକ୍ଷା ଦେଇପାରିବେ। ଏନେଇ ସିଏଚ୍‌ଏସ୍‌ଇ ପକ୍ଷରୁ ସୂଚନା ମିଳିଛି। ୨ଟି ଇଲେକ୍ଟିଭ୍‌ ସବଜେକ୍ଟ ଓ ମାତୃଭାଷାରେ ପରୀକ୍ଷା ହେବ। ଅଫ୍‌ଲାଇନ ପରୀକ୍ଷା ପାଇଁ ୧୩,୦୪୩ ପିଲା ଆବେଦନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଜୁଲାଇ ୩୧ରେ ପ୍ରକାଶ ପାଇଥିଲା ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ। ବିଜ୍ଞାନରେ ପାସ ହାର ୯୯.୮୮ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ପାସ ହାର ୯୯.୯୫ ପ୍ରତିଶତ ରହିଥିଲା।

Share