ଆଜି ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ୱର,୨୫।୬(ଅସମାପିକା ସାହୁ): ୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ୩ ନାମଲେଖା ନିମନ୍ତେ ମଙ୍ଗଳବାର ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଅପରାହ୍ନ ୪ଟାରେ ସାମ୍ସ ପୋର୍ଟାଲରେ ଏହା ଉପଲବ୍ଧ ହେବ। ୨୫ରୁ ୨୮ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ସ୍ଲାଇଡ୍‌ ଅପ୍‌ଶନ ଚୟନ କରିପାରିବେ। ଏଥିସହିତ ମନୋନୀତ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିପାରିବେ। ୨୬ରୁ ୨୯ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ସେହିଭଳି ଜୁଲାଇ ୫ ତାରିଖ ଅପରାହ୍ନ ୪ଟାରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୬ରୁ ୯ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ହେବ। ଜୁଲାଇ ୧୫ ତାରିଖ ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ତୃତୀୟ ପର୍ଯ୍ୟାୟରେ ମନୋନୀତ ଛାତ୍ରୀଛାତ୍ର ୧୬ରୁ ୧୯ତାରିଖ ଭିତରେ ନାମ ଲେଖାଇ ପାରିବେ। ଅଗଷ୍ଟ ୧ରୁ ଯୁକ୍ତ୩ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ। ୨୫

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୧,୦୫୬ଟି ଡିଗ୍ରୀ କଲେଜ ଥିବାବେଳେ ୨,୭୪,୧୫୧ ସିଟ୍‌ ରହିଛି। ଏଥିମଧ୍ୟରେ କଳାରେ ୧,୫୪,୮୨୮ ସିଟ୍‌ ଥିବାବେଳେ ପଦାର୍ଥ ବିଜ୍ଞାନରେ ୪୫,୦୭୧, ଜୈବବିଜ୍ଞାନରେ ୨୮,୨୨୮, ବାଣିଜ୍ୟରେ ୩୧,୯୬୪, ସେଲ୍‌ଫ ଫାଇନାନ୍ସିଂରେ ୪,୮୪୮ ଏବଂ ସଂସ୍କୃତରେ ୯,୨୧୨ ସିଟ୍‌ ରହିଛି। ତେବେ ଚଳିତବର୍ଷ ମୋଟ ୨,୩୭,୭୯୫ଜଣ ଛାତ୍ରୀଛାତ୍ର ନାମଲେଖା ପାଇଁ ଆବେଦନ କରିଛନ୍ତି। ଅର୍ଥାତ୍‌ ଏଥର ବି ନାମଲେଖା ପରେ ସିଟ୍‌ ବଳକା ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଚେତାବନୀ ସମାବେଶ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଣହୁଙ୍କାର

ବରଗଡ଼, ୧୫।୪(ପ୍ରେମାନନ୍ଦ ଖମାରୀ): ଜୟ କିସାନ ଆନ୍ଦୋଳନ ଏବଂ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ମିଳିତ ଆହ୍ୱାନରେ ଆଜି ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ...

କ’ଣ ସତରେ ମଣିଷଙ୍କୁ ପଥର କରିଦେବେ ଏଲିଅନ? ଆମେରିକା ଗୁଇନ୍ଦା ଏଜେନ୍ସିର ରିପୋର୍ଟ ଲିକ୍‌

ଆମ ଦୁନିଆ ବ୍ୟତୀତ ଆହୁରି ଅନେକ ଦୁନିଆ ଥାଇପାରେ। ଯାହା ପୂର୍ବରୁ ଅନେକ ଥର ଶୁଣିଛୁ ଏବଂ ଅନେକ ହଲିଉଡ ଚଳଚ୍ଚିତ୍ରରେ ମଧ୍ୟ ଦେଖିଛୁ। ଅନେକ...

ଫାଟିଲା ଗ୍ୟାସ ଟାଙ୍କି: ଜଳିଗଲା…

ପୁରୀ,୧୫।୪: ପୁରୀ ଜିଲା କୃଷ୍ଣପ୍ରସାଦ ପଣାଯାତ୍ରା ବେଳେ ଅଘଟଣ ଘଟିଛି। ପଣାଯାତ୍ରା ପଡିଆରେ ୫ ଦୋକାନ ଜଳି ଯାଇଛି। ହଠାତ୍‌ ଗ୍ୟାସ ଟାଙ୍କି ଅଗ୍ନିକାଣ୍ଡ ଘଟିଛି।...

ପୁଣି ଆହତ ହେଲେ CSK ଅଧିନାୟକ ଧୋନୀ! ଚିନ୍ତା ବଢ଼ାଇଲା ଏହି Video

ନୂଆଦିଲ୍ଲୀ,୧୫।୪: ଚଳିତ ଆଇପିଏଲ୍‌ ସିଜନ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ପ୍ରାରମ୍ଭିକ ୭ ମ୍ୟାଚ୍‌ରୁ ୨ ମ୍ୟାଚ୍‌ ଦଳ ଜିତିଥିବା ବେଳେ ଆଘାତ...

କାଳ ବୈଶାଖୀ : ୩ ଘଣ୍ଟା ପାଇଁ ଏସବୁ ଜିଲାକୁ ସତର୍କ

ଭୁବନେଶ୍ୱର,୧୫।୪: ୧୨ ଜିଲାକୁ କାଳ ବୈଶାଖୀ ନେଇ ବର୍ଷା ସତର୍କତା ଜାରି କରାଯାଇଛି। ଏସବୁ ଜିଲା ଗୁଡ଼ିକ ହେଲା, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର...

ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ: କହିଲେ, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର.୧୫।୪: ବଲାଙ୍ଗିର ଜିଲାର ପାଟଣାଗଡ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ...

ତାଣ୍ଡବ ରଚିଲା କାଳବୈଶାଖୀ: ଏକାଧିକ ଘର ଛପର ଉଡିଲା

ଦାରିଙ୍ଗବାଡି, ୧୫।୪ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ରେ ପ୍ରବଳ ଝଡ଼ ତୋଫାନ ସହ ବିଜୁଳି ଏବଂ ଘଡ଼ଘଡ଼ି ସହ ପ୍ରବଳ...

ଏହି ୪ ରାଶିରେ ଜନ୍ମିତ ଯୁବତୀ ଜୀବନସାଥୀଙ୍କ ପାଇଁ ବହୁତ ଲକି; ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକେ

ବିବାହ ପରେ ଅନେକ ଲୋକଙ୍କ ଜୀବନ ବଦଳିଯାଇଥାଏ। କାହାର କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ତ କାହାର ବିଗିଡ଼ି ଯାଇଥିବା କାମ ସୁରୁଖୁରୁରେ ହୋଇଯାଏ। ଘରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image