ଯୁକ୍ତ ୨ ନାମ ଲେଖା: କେତେ ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ, କେବେଠୁ ନାମ ଲେଖା ଜାଣନ୍ତୁ…

ଭୁବନେଶ୍ୱର, ୨୧।୮(ବ୍ୟୁରୋ): ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଅନ୍‌ଲାଇନ୍‌ରେ ଛାତ୍ରୀଛାତ୍ରମାନେ ଏଥିପାଇଁ ଆବେଦନ କରିପାରିବେ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ମନ୍ତ୍ରୀ ଦାଶ କହିଛନ୍ତି ଯେ, ସାମସ ପୋର୍ଟାଲ ଦ୍ୱାରା ସେପ୍ଟେମ୍ବର ୪ ତାରିଖ ଯାଏ ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ। ୯ରେ ପ୍ରଥମ ମେରିଟ୍‌ଲିଷ୍ଟ ପ୍ରକାଶ ପାଇବ। ୧୧ରୁ ୧୮ ତାରିଖ ମଧ୍ୟରେ ନାମଲେଖା ହେବ। ସେହିପରି ସେପ୍ଟେମ୍ବର ୨୩ରେ ଦ୍ୱିତୀୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ୨୪ରୁ ୨୮ ତାରିଖ ମଧ୍ୟରେ ନାମଲେଖା ହେବ। ଅକ୍ଟୋବର ୧ରେ ସ୍ପଟ୍‌ ଆଡ୍‌ମିଶନ ପାଇଁ ତାଲିକା ପ୍ରକାଶ ପାଇବ।

Share