ଜୁନ ୨ରୁ ଯୁକ୍ତ ୨ ଖାତାଦେଖା

ଭୁବନେଶ୍ୱର,୨୮।୫(ବ୍ୟୁରୋ): ଯୁକ୍ତ ୨ ଖାତାଦେଖା ଜୁନ ୨ରୁ ଆରମ୍ଭ ହେବ। ରାଜ୍ୟର ସମୁଦାୟ ୬୪ଟି ମୂଲ୍ୟାୟନ କେନ୍ଦ୍ରରେ ଅଫଲାଇନ୍‌ ମୂଲ୍ୟାୟନ ହେବ। ଏହାବାଦ୍‌ ୩୭ଟି କେନ୍ଦ୍ରରେ ଅନଲାଇନ ମୂଲ୍ୟାୟନ ହେବ । ସମୁଦାୟ ୨ଟି ପର୍ଯ୍ୟାୟରେ ଯୁକ୍ତ ୨ ଖାତା ମୂଲ୍ୟାୟନ କରାଯିବ। ଜୁନ ୨ରୁ ଜୁନ ୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ହେବ । ପରେ ଜୁନ ୧୩ରୁ ୨୨ ଯାଏ ୨ୟ ପର୍ଯ୍ୟାୟ ମୂଲ୍ୟାୟନ ହେବ ।
ସୂଚନାଯୋଗ୍ୟ, ଏପ୍ରିଲ ୨୮ରୁ ଆରମ୍ଭ ହୋଇଥିବା ଯୁକ୍ତ ୨ ପରୀକ୍ଷା ଜୁନ୍‌ ୪ ତାରିଖରେ ସରିବ । ହେଲେ ଏହା ପୂର୍ବରୁ ଜୁନ ୨ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।

Share