Categories: ମେଟ୍ରୋ

ଫେବୃୟାରୀ ୧୪ରୁ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର, ୧୭।୮(ଅସମାପିକା ସାହୁ)୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ବୁଧବାର ଏକାଡେମିକ କ୍ୟାଲେଣ୍ଡର ପ୍ରକାଶ ପାଇଛି। ସିଏଚ୍‌ଏସ୍‌ଇ ଦ୍ୱାରା ପରିଚାଳିତ ଯୁକ୍ତ୨ ଦ୍ୱିତୀୟ ବର୍ଷ ବା ଦ୍ବାଦଶ ଶ୍ରେଣୀ ବାର୍ଷିକ ଥିଓରୀ ପରୀକ୍ଷା ଆସନ୍ତା ଫେବୃୟାରୀ ୧୪ରୁ ଆରମ୍ଭ ହେବ। ଏହା ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଜାରି ରହିବ। ଏପ୍ରିଲ ଶେଷ ସପ୍ତାହ କିମ୍ବା ମେ’ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ। ସେହିପରି ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହରୁ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ଥିଓରୀ ପରୀକ୍ଷାର ଗୋଟିଏ ମାସ ପୂର୍ବରୁ ୨୦୨୪ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ସରକାରୀ ନିର୍ଦ୍ଦେଶନାମା ମୁତାବକ ପ୍ରଥମବର୍ଷ ପାଠପଢ଼ା ଆରମ୍ଭ ହୋଇଥିବାବେଳେ ଏକାଡେମିକ କ୍ୟାଲେଣ୍ଡର ଅନୁସାରେ ପରୀକ୍ଷା ଲାଗି ଆସନ୍ତା ଜାନୁୟାରୀ ୧୫ରୁ ୩୦ ତାରିଖ ଯାଏ ପଞ୍ଜୀକରଣ ନମ୍ବର ପାଇଁ ଡକ୍ୟୁମେଣ୍ଟ ଯାଞ୍ଚ ହେବ। ଦ୍ୱିତୀୟ ବର୍ଷ ରେଗୁଲାର ଛାତ୍ରୀଛାତ୍ରଙ୍କ ଅନଲାଇନ୍‌ ଫର୍ମ ପୂରଣ ଆସନ୍ତା ନଭେମ୍ବର ୧୦ରୁ ଆରମ୍ଭ ହୋଇ ୨୫ରେ ଶେଷ ହେବ। ଏକ୍ସ-ରେଗୁଲାର ପିଲା ଆସନ୍ତା ସେପ୍ଟେମ୍ବର ୧୫ରୁ ୩୦ ମଧ୍ୟରେ ଅନଲାଇନ୍‌ ଫର୍ମ ପୂରଣ କରିବେ।

Share