Categories: ଜାତୀୟ

ରାଜନୈତିକ ଫାଇଦା ପାଇଁ ନିଜକୁ ପଛୁଆ ବର୍ଗରେ ସାମିଲ କରିଛନ୍ତି ମୋଦି: ମାୟାବତୀ

ଲକ୍ଷ୍ନୌ,୨୮।୪: ଅଦର୍‌ ବ୍ୟାକ୍‌ଓ୍ବାର୍ଡ କ୍ଲାସ(ଓବିସି)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ସାମିଲ କରିବା ପରେ ଏବେ ଏହାକୁ ନେଇ ଉଠିଛି ଝଡ଼। ତେବେ ରାଜନୈତିକ ଫାଇଦା ପାଇଁ ମୋଦି ନିଜକୁ ଓବିସିରେ ସାମିଲ କରିଥିବା କହିଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ। ମୋଦି ଏଭଳି ପଦକ୍ଷେପ ବିରୋଧିଙ୍କୁ ନେଇ କରିଥିବା ବେଳେ ଏବେ କିନ୍ତୁ ସେ ନିଜ ଜାଲରେ ନିଜେ ଫସିଯାଇଛନ୍ତି। ଏହା ବ୍ୟତୀତ ମୋଦି ମୁଲାୟମ ସିଂ ଯାଦବ ଓ ଅଖିଳେଶ ଯାଦବଙ୍କ ଭଳି ଜନ୍ମରୁ ପଛୁଆ ବର୍ଗ ନୁହେଁ ବୋଲି ମାୟାବତୀ କହିଛନ୍ତି।

Share