Categories: ଜାତୀୟ

ଭୋଟ ଦେବାକୁ ମେଘାଳୟ-ନାଗାଲାଣ୍ଡ ଜନସାଧାରଣଙ୍କୁ ଅପିଲ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୭।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଘାଳୟ ଏବଂ ନାଗାଲାଣ୍ଡର ଜନସାଧରଣଙ୍କୁ ଭୋଟ ପ୍ରକ୍ରିୟାରେ ଭାଗ ନେବାକୁ ଅପିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି, ମୁଁ ମେଘାଳୟ ଏବଂ ନାଗାଲାଣ୍ଡର ଲୋକଙ୍କୁ ବିଶେଷ କରି ଯୁବକ ଏବଂ ପ୍ରଥମ ଥର ଭୋଟ ଦେଉଥିବା ଭୋଟରଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରୁଛି।

କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଟୁଇଟ କରି ରାଜ୍ୟବାସୀଙ୍କୁ ଭୋଟ ପ୍ରକ୍ରିୟାରେ ଭାଗ ନେବାକୁ ନିବେଦନ କରିଛନ୍ତି। ସେ ଟୁଇଟ କରି ଲେଖିଛନ୍ତି, ଆଜି ନାଗାଲାଣ୍ଡରେ ମତଦାନ ଚାଲିଛି। ମୁଁ ନାଗାଲାଣ୍ଡର ଭଉଣୀ ଏବଂ ଭାଇମାନଙ୍କୁ ଅନୁରୋଧ କରୁଛି ଯେ ପୂର୍ବରୁ ଆରମ୍ଭ ହୋଇଥିବା ଶାନ୍ତି ପ୍ରକ୍ରିୟା କୌଣସି ପ୍ରତିବନ୍ଧକ ସାମ୍ନା କରିବ ନାହିଁ। କେବଳ ଶାନ୍ତି ନାଗାଲାଣ୍ଡକୁ ପ୍ରଗତି ଏବଂ ବିକାଶର ଲକ୍ଷ୍ୟସ୍ଥଳକୁ ନେଇପାରିବ।

Share