Categories: ଜାତୀୟ

ରାଣୀ ଦୁର୍ଗାବତୀଙ୍କୁ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ…

ଭୋପାଳ,୧।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମଧ୍ୟପ୍ରଦେଶର ଜବଲପୁର ଦେଇ ଶାହଡୋଲର ଲାଲପୁରରେ ପହଞ୍ଚିଛନ୍ତି। ସେଠାରେ ଜାତୀୟ ସିକଲ ସେଲ ବିଲୋପ ମିଶନ ଆରମ୍ଭ କରାଯାଇଥିଲା । ଏହା ସହିତ ସେ ରାଣୀ ଦୁର୍ଗାବତୀ ଗୌରବ ଦିବସ ଉତ୍ସବକୁ ମଧ୍ୟ ସମାପନ କରି ରାଣୀଙ୍କ ପ୍ରତିମୂର୍ତ୍ତିଙ୍କୁ ପ୍ରଣାମ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଶାହାଡୋଲ ଜିଲାର ଲାଲପୁରରେ ପହଞ୍ଚି ଜାତୀୟ ସିକଲ ସେଲ ବିଲୋପ ମିଶନ ୨୦୪୭ ଆରମ୍ଭ କରି ୧ କୋଟି ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ କରିଥିଲେ।

ରକ୍ତହୀନତା ଦୂର କରିବା ପାଇଁ ମିଶନ ସ୍ବାସ୍ଥ୍ୟ କେନ୍ଦ୍ର ମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଭାରତର ଆଦିବାସୀମାନଙ୍କଠାରେ ରକ୍ତହୀନତା ଏକ ବଡ଼ ସମସ୍ୟା। ଏହା ସେମାନଙ୍କ ପାଇଁ ଏକ ବଡ଼ ବିପଦ। ଏହି ରୋଗ ଦୁନିଆର ଅନେକ ଦେଶରେ ବିଲୋପ ହୋଇଯାଇଛି। ଆମେ ଏହି ରୋଗକୁ ଯଥାଶୀଘ୍ର ଭାରତରେ ସମାପ୍ତ କରିବୁ।

Share