Posted inଜାତୀୟ

କାଠଗଡ଼ାରେ ପିଏମ୍‌ କେୟାର୍ସ

ନୂଆଦିଲ୍ଲୀ,୧୭ା୧୨ :ପ୍ରାଇମ୍‌ ମିନିଷ୍ଟର୍ସ ସିଟିଜେନ୍‌ ଆସିଷ୍ଟାନ୍ସ ଆଣ୍ଡ ରିଲିଫ୍‌ ଫଣ୍ଡ୍‌ ଇନ୍‌ ଏମର୍ଜେନ୍ସି ସିଚ୍ୟୁଏଶନ୍ସ ବା ଜରୁରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଉପଶମ ପାଣ୍ଠିକୁ ସଂକ୍ଷେପରେ ପିଏମ୍‌-କେୟାର୍ସ ଫଣ୍ଡ୍‌ କୁହାଯାଏ। କୋଭିଡ୍‌-୧୯ ମହାମାରୀ ଭାରତକୁ ଆସିବା ପରେ ୨୦୨୦ ମାର୍ଚ୍ଚ ୨୮ରେ ଏହି ପାଣ୍ଠି ଗଠନ କରାଯାଇଥିଲା। କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପିଏମ୍‌ କେୟାର୍ସ ଫଣ୍ଡ୍‌ ଅର୍ଥ ବିନିଯୋଗ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଥିଲା। ତେବେ ଉକ୍ତ ପାଣ୍ଠିକୁ ଅର୍ଥ ଦାନ କରୁଥିବା ବ୍ୟକ୍ତି, କମ୍ପାନୀ ବା ସଂସ୍ଥାଗୁଡ଼ିକର ନାମ ପ୍ରକାଶ କରାଯାଉ ନାହିଁ। ଏପରି କି ଏହାର ହିସାବ ମଧ୍ୟ ବେସରକାରୀ ଭାବେ ଅଡିଟ୍‌ ବା ସମୀକ୍ଷା କରାଯିବା ନେଇ ବ୍ୟବସ୍ଥା ରହିଛି। ଏଥିଯୋଗୁ ପିଏମ୍‌-କେୟାର୍ସ ଫଣ୍ଡ୍‌କୁ ଅର୍ଥ ଆଗମନ ଓ ତାକୁ ଖର୍ଚ୍ଚ କରିବାରେ ସ୍ବଚ୍ଛତା ଅବଲମ୍ବନ କରାଯାଉ ନାହିଁ ବୋଲି ସମାଲୋଚନା କରାଯାଇଥାଏ। ଅନ୍ୟପକ୍ଷେ କେନ୍ଦ୍ର ସରକାରଙ୍କ ଯୁକ୍ତି ହେଉଛି, ଏହା ଏକ ସରକାରୀ କର୍ତ୍ତୃପକ୍ଷ ନୁହେଁ। ତେଣୁ ସୂଚନା ଅଧିକାର (ଆର୍‌ଟିଆଇ) ଆଇନ, ୨୦୦୫ ଅଧୀନରେ ପିଏମ୍‌-କେୟାର୍ସ ଆସୁନାହିଁ। ଏପରି ବାହାନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗଠିତ ଏହି ପାଣ୍ଠି ସମ୍ପର୍କରେ ତଥ୍ୟ ଦିଆଯାଉ ନ ଥିବାରୁ ବିରୋଧୀ ଦଳଗୁଡ଼ିକ ପିଏମ୍‌-କେୟାର୍ସକୁ ପ୍ରଶ୍ନ ଓ ସନ୍ଦେହର କାଠଗଡ଼ାରେ ଛିଡ଼ାକରାଇଛନ୍ତି। ସୁପ୍ରିମକୋର୍ଟ ସମେତ ବିଭିନ୍ନ ରାଜ୍ୟର ହାଇକୋର୍ଟଗୁଡ଼ିକରେ ଏହାର ସାମ୍ବିଧାନିକ ବୈଧତାକୁ ମଧ୍ୟ ଚ୍ୟାଲେଞ୍ଜ କରାଯାଇଛି। ଏଭଳି ସମୟରେ ଯେଉଁ ଦଲିଲ ବଳରେ ଟ୍ରଷ୍ଟ ଗଠନ କରାଯାଇଥିଲା, ସେନେଇ କେତେକ ତଥ୍ୟ ପଦାକୁ ଆସିଛି। ଉକ୍ତ ପାଣ୍ଠି ଉପରେ କେନ୍ଦ୍ର ଅଥବା କୌଣସି ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନାହିଁ ବୋଲି ଟ୍ରଷ୍ଟ ଡିଡ୍‌ ସ୍ପଷ୍ଟ କରିଛି।
କରୋନା ମୁକାବିଲା ଓ ଏଭଳି ମହାମାରୀ ସ୍ଥିତିରେ ସଙ୍କଟରୁ ମୁକ୍ତି ପାଇଁ ଗଠିତ ତଥା କର୍ପୋରେଟ୍‌ ଦାନରେ ପରିଚାଳିତ ପିଏମ୍‌-କେୟାର୍ସ ଫଣ୍ଡ୍‌ ପ୍ରକୃତରେ ସରକାରୀ ନା ଘରୋଇ ପାଣ୍ଠି? ଏହି ପ୍ରଶ୍ନକୁ ନେଇ ବିତର୍କ ଜାରି ରହିଥିବାବେଳେ ଉକ୍ତ ପାଣ୍ଠିର ସ୍ବଚ୍ଛତା ଓ କାର୍ଯ୍ୟକାରିତାକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଉଛନ୍ତି। ଯଦି ଏହା ସରକାରୀ ନୁହେଁ, ତେବେ ଏଥିରେ ପ୍ରଧାନମନ୍ତ୍ରୀ ଓ ତାଙ୍କ କ୍ୟାବିନେଟର ୩ ବରିଷ୍ଠ ମନ୍ତ୍ରୀଙ୍କୁ କାହିଁକି ରଖାଯାଇଛି ବୋଲି ଅନେକେ ପ୍ରଶ୍ନ କରନ୍ତି। ଏହାକୁ ନେଇ ବିବାଦ ଥମୁ ନ ଥିବାବେଳେ କେତେକ ଜାତୀୟ ଗଣମାଧ୍ୟମ ସଂସ୍ଥା ଏହା ଉପରେ ପ୍ରଶ୍ନଚିହ୍ନ ଲଗାଇଛନ୍ତି। ଟ୍ରଷ୍ଟ ଦସ୍ତାବିଜର ଏକ ଧାରାରେ ପିଏମ୍‌ କେୟାର୍ସର ଘରୋଇ ଅସ୍ତିତ୍ୱ ସମ୍ପର୍କରେ ଉଲ୍ଲେଖ କରାଯାଇଥିବାବେଳେ ଏହାକୁ ସୂଚନା ଅଧିକାର (ଆର୍‌ଟିଆଇ) ଆଇନ, ୨୦୦୫ ଊର୍ଦ୍ଧ୍ୱରେ କାହିଁକି ରଖାଯାଇଛି ବୋଲି ପ୍ରଶ୍ନ କରାଯାଇଛି।
ପିଏମ୍‌-କେୟାର୍ସ ଟ୍ରଷ୍ଟ ଦିଲ୍ଲୀର ରାଜସ୍ବ ବିଭାଗରେ ପଞ୍ଜୀକରଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍‌ କେୟାର୍ସର ଅଧ୍ୟକ୍ଷ ଥିବାବେଳେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏହି ଟ୍ରଷ୍ଟର ଟ୍ରଷ୍ଟି ରହିଛନ୍ତି। କିନ୍ତୁ ନିକଟରେ ଏହି ଫଣ୍ଡ୍‌ର ଓ୍ବେବ୍‌ସାଇଟ୍‌ରେ ଟ୍ରଷ୍ଟ ଦଲିଲ ସାର୍ବଜନୀନ କରାଯାଇଥିଲା। ଉକ୍ତ ଦଲିଲ ଅନୁସାରେ ଏହା ଏକ ସରକାରୀ ଟ୍ରଷ୍ଟ ନୁହେଁ। ଡିଡ୍‌ର ପଏଣ୍ଟ ୫.୩ କହୁଛି ଯେ, ଉକ୍ତ ଟ୍ରଷ୍ଟର କାର୍ଯ୍ୟକାରିତା ଉପରେ କେନ୍ଦ୍ର ସରକାର କିମ୍ବା କୌଣସି ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ନିୟନ୍ତ୍ରଣ ନାହିଁ। ୨୦୦୦ ମାର୍ଚ୍ଚ ୨୭ରେ ଏହା ପଞ୍ଜୀକୃତ ହୋଇଥିବାବେଳେ ଦିନକ ପରେ ଅର୍ଥାତ୍‌ ୨୮ ତାରିଖରେ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ଏକ ମେମୋରେଣ୍ଡମ୍‌ ଜାରି କରିଥିଲା। କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ରୂପେ ଉଭୟ ଘରୋଇ ଓ ସରକାରୀ କମ୍ପାନୀଗୁଡ଼ିକ ଦେଉଥିବା ଦାନ ଗ୍ରହଣ କରିବା ପାଇଁ ପିଏମ୍‌-କେୟାର୍ସ ଯୋଗ୍ୟ ବୋଲି ଏଥିରେ ଦର୍ଶାଯାଇଥିଲା। କମ୍ପାନୀ ଆକ୍ଟ କର୍ପୋରେଟ୍‌ ଦାନ ଗ୍ରହଣ କରିବାର ଯୋଗ୍ୟତାକୁ ଏଭଳି ଭାଷାରେ ନିରୂପଣ କରେ। ”ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍‌ ଫଣ୍ଡ୍‌ କିମ୍ବା କେନ୍ଦ୍ର ଅଥବା ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଅନ୍ୟ କୌଣସି ପାଣ୍ଠିକୁ ସାମାଜିକ-ଅର୍ଥନୈତିକ ବିକାଶ ଏବଂ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତି (ଏସ୍‌ଟି/ଏସ୍‌ଟି), ଅନ୍ୟ ପଛୁଆ ବର୍ଗ (ଓବିସି), ସଂଖ୍ୟାଲଘୁ ଓ ମହିଳାଙ୍କ କଲ୍ୟାଣ ପାଇଁ ରିଲିଫ୍‌ ଓ ଅର୍ଥ ଯୋଗାଯାଇ ପାରିବ।“
ଆର୍‌ଟିଆଇ ଜରିଆରେ ସୂଚନା ଅଧିକାର କର୍ମୀ ଅଞ୍ଜଳି ଭରଦ୍ୱାଜ ପାଇଥିବା ଦସ୍ତବିଜରୁ ଜଣାପଡ଼ିଛି ଯେ, କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ମାର୍ଚ୍ଚ ୨୮ରେ ଜାରି କରିଥିବା ଅଫିସ୍‌ ମେମୋରେଣ୍ଡମ୍‌ରେ ପିଏମ୍‌-କେୟାର୍ସକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠନ କରାଯାଇଥିବା ଏକ ପାଣ୍ଠି ବୋଲି ଦର୍ଶାଯାଇଥିଲା। କିନ୍ତୁ ଏହାର ଦିନକ ପୂର୍ବରୁ ପଞ୍ଜୀକୃତ ଟ୍ରଷ୍ଟ ଡିଡ୍‌ରେ ଏହାକୁ ସରକାରଙ୍କ ଦ୍ୱାରା ପରିଚାଳିତ ପାଣ୍ଠି ନୁହେଁ ବୋଲି କୁହାଯାଇଥିଲା। ଏହି ଦୃଷ୍ଟିରୁ ଶିଳ୍ପ ସଂସ୍ଥାଗୁଡ଼ିକରୁ ଦାନ ଗ୍ରହଣ କରିବା ନେଇ ପିଏମ୍‌-କେୟାର୍ସର ଯୋଗ୍ୟତା ନ ଥିଲା। ଏହି ବିରୋଧାଭାସ ପ୍ରାୟ ୨ ମାସ ଧରି ଜାରି ରହିଥିଲା। ମେ ୨୬ ତାରିଖରେ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ପିଏମ୍‌-କେୟାର୍ସ ଫଣ୍ଡ୍‌କୁ ମାର୍ଚ୍ଚ ୨୮ରୁ ପିଛିଲା ଭାବେ କମ୍ପାନୀ ଆଇନ ଦ୍ୱାରା ପରିଚାଳିତ ବୋଲି ଉଲ୍ଲେଖ କଲା। ଅଗଷ୍ଟ ୨୦ରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ ଟୁଇଟ୍‌ କରି ପ୍ରଶ୍ନ କରିଥିଲେ ଯେ, ଯଦି ଏହି ଫଣ୍ଡ୍‌ ଘରୋଇ ଭାବେ ପ୍ରତିଷ୍ଠିତ ଏକ ପାଣ୍ଠି ତେବେ ଦାନ ଅର୍ଥକୁ ସିଏସ୍‌ଆର୍‌ ନାମରେ କାହିଁକି ହିସାବ କରାଯାଉଛି? ଇତିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ କେତେକ ଗଣମାଧ୍ୟମ ସଂସ୍ଥା ଆର୍‌ଟିଆଇ ଆଇନ ବଳରେ ଉକ୍ତ ଟ୍ରଷ୍ଟ ଡିଡ୍‌ର ନକଲ ମାଗିଥିଲେ। ତେବେ ପିଏମ୍‌-କେୟାର୍ସ ଫଣ୍ଡ୍‌ ଏକ ସରକାରୀ ପାଣ୍ଠି ନୁହେଁ ବୋଲି ଦର୍ଶାଇ ପିଏମ୍‌ଓ ସେମାନଙ୍କ ଆବେଦନଗୁଡ଼ିକୁ ଖାରଜ କରି ଦେଇଥିଲା। ସେପ୍ଟେମ୍ବରରେ ସାର୍ବଜନୀନ କରାଯାଇଥିବା ଆକାଉଣ୍ଟ ଷ୍ଟେଟ୍‌ମେଣ୍ଟ ଅନୁସାରେ ପିଏମ୍‌-କେୟାର୍ସ ଫଣ୍ଡ ଗଠନ ହେବାର ୫ ଦିନ ମଧ୍ୟରେ ଏହାକୁ ୩,୦୭୬.୬୨ କୋଟି ଟଙ୍କା ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri