Categories: ଜାତୀୟ

ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ମାମଲା: ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୮: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ଟିପ୍ପଣୀ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଗୁଜୁରାଟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସେ ଏସିରେ ଆବେଦନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ଦେଇଥିବା ମନ୍ତବ୍ୟ ଉପରେ ଗୁଜରାଟ ବିଶ୍ୱବିଦ୍ୟାଳୟ ଦ୍ୱାରା ଆପରାଧିକ ମାନହାନି ମକଦ୍ଦମା ଗୁଜୁରାଟ ହାଇକୋର୍ଟରେ ଦାଖଲ କରାଯାଇଥିଲା। ତେବେ ଏହି ମାମଲାରେ ରୋକ୍‌ ଲଗାଇବା ପାଇଁ କେଜରିଓ୍ବାଲଙ୍କ ପକ୍ଷରୁ ଆବେଦନ କରାଯାଇଥିବା ପିଟିଶନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଥିଲେ। ଏହା ପରେ ଗୁଜୁରାଟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କେଜରିୱାଲ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ।

ଗୁଜୁରାଟ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପିୟୁଷ ପଟେଲ କେଜରିୱାଲ ଏବଂ ଏଏପି ନେତା ସଞ୍ଜୟ ସିଂଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଏସ.ଭି.ଏନ ଭଟ୍ଟୀଙ୍କ ବେଞ୍ଚ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୯ରେ ହେବ ବୋଲି କହିଛନ୍ତି।

Share