
ନୂଆଦିଲ୍ଲୀ,୧୩ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ସ୍ବତନ୍ତ୍ର ଉପହାର ମିଳିଛି। ଏହି ଉପହାର ହେଉଛି ଏକ ଶାଢ଼ି। ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋଚିତ୍ର ରହିଛି। ଏହି ଉପହାର ପାଇ ବୁଣାକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି।
ପଦ୍ମଶ୍ରୀ ତଥା କିମ୍ବଦନ୍ତୀ ବଙ୍ଗୀୟ ବୁଣାକାର ବୀରେନ କୁମାର ବସାକା ପ୍ରଧାନମନ୍ତ୍ରୀଙ୍କୁ ଏହି ସ୍ବତନ୍ତ୍ର ଉପହାର ଦେଇଛନ୍ତି। ଏହି ଶାଢ଼ିରେ ମୋଦିଙ୍କ ଫଟୋଚିତ୍ର ରହିଛି। ଏହି ଉପହାର ପାଇବା ପରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି ବୁଣାକାର ବୀରେନ୍ଙ୍କୁ ଧନ୍ୟବାଦ ଜଣାଇବା ସହ ଶାଢ଼ିର ଫଟୋ ମଧ୍ୟ ଶେୟାର କରିଛନ୍ତି। ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି।
ସେ ଟୁଇଟ୍ ଲେଖିଛନ୍ତି, ‘ବୀରେନ କୁମାର ବସାକ ପଶ୍ଚିମବଙ୍ଗର ନଦିଆ ଅଞ୍ଚଳର। ସେ ତାଙ୍କ ଶାଢ଼ିରେ ଭାରତୀୟ ଇତିହାସ ଏବଂ ସଂସ୍କୃତି ଚିତ୍ରଣ କରିଛନ୍ତି। ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତମାନଙ୍କ ସହ ଆଲୋଚନା ବେଳେ ସେ ମତେ ଏହି ଉପହାର ଦେଇଥିଲେ। ଏହି ଉପହାରଟି ମୋତେ ବହୁତ ଭଲ ଲାଗିଲା। ଏହି ଉପହାରଟିକୁ ମୁଁ ସବୁବେଳେ ସାଇତି ରଖିବି।’