Categories: ଜାତୀୟ

ସରକାର ଦୂର କରିବେ କୃଷକଙ୍କ ସମସ୍ତ ଶଙ୍କା, ବିରୋଧୀ ଉସକାଇବା କାମ କରୁଛନ୍ତି: ମୋଦି

ନୂଆଦିଲ୍ଲୀ,୧୫ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟ ଗସ୍ତ କରିଛନ୍ତି । ଏହି ସମୟରେ ସେ କୃଷି ଆଇନ କଥା ଉଠାଇଛନ୍ତି । କଚ୍ଛରେ ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି ବିରୋଧୀ କୃଷକଙ୍କୁ ଉସକାଇବା କାମ କରୁଛନ୍ତି । ସେ କଥା ଦେଇଛନ୍ତି ଯେ କୃଷି ଆଇନକୁ ନେଇ କୃଷକଙ୍କ ମନରେ ଥିବା ସମସ୍ତ ଶଙ୍କାକୁ ସରକାର ଦୂର କରିବେ । ସେ ପୁଣି କହିଛନ୍ତି ଦିଲ୍ଲୀ ନିକଟରେ ଏବେ କୃଷକଙ୍କୁ ଡରାଇ ଦିଆଯାଉଛି । ନୂଆ କୃଷି ଆଇନରେ ଆମେ କୃଷକଙ୍କୁ ସମ୍ପୂର୍ଣ୍ଣ ସ୍ୱାଧିନତା ଦେଇଛୁ । ଯାହା ବହୁ ପୂର୍ବରୁ କୃଷକମାନେ ଦାବି କରିଥିଲେ । ହେଲେ ଏବେ ଏହାକୁ ନେଇ ବିରୋଧୀ କୃଷକଙ୍କ ମନରେ ଭ୍ରମ ଧାରଣା ସୃଷ୍ଟି କରୁଛି । କୃଷକଙ୍କ ହିତ ସରକାରଙ୍କ ପ୍ରାଥମିକତା । ସରକାର କୃଷକଙ୍କ ଆୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଦେଶର ପ୍ରତି କୋଣରୁ କୃଷକ ନୂଆ କୃଷି ନୀତି ସପକ୍ଷରେ ରହିଛନ୍ତି । କିନ୍ତୁ ବିରୋଧି କୃଷକଙ୍କୁ ଭୁଲ ବାଟ ଦେଖାଇବା ସହ ସେମାନଙ୍କ କାନ୍ଧରେ ବନ୍ଧୁକ ରଖି ଫୁଟାଉଛନ୍ତି ବୋଲି ମୋଦି କହିଛନ୍ତି । କଚ୍ଛରେ ପହଞ୍ଚି ମୋଦି କହିଛନ୍ତି ଆଜି ସର୍ଦ୍ଦାର ପଟେଲଙ୍କ ସ୍ୱପ୍ନ ପୂରଣ ହୋଇଛି । ଏବେ କଚ୍ଛରେ ବିଶ୍ୱର ସବୁଠାରୁ ବଡ ହାଇବ୍ରିଡ ଏନର୍ଜି ପାର୍କ ସ୍ଥାପନ ହେବାକୁ ଯାଉଛି । ଯେତିକି ବଡ ପାର୍କ ସିଙ୍ଗାପୁର ଓ ବାହାରିନରେ ରହିଛି ସେତିକି ବଡ ପାର୍କ ନିର୍ମାଣ କରାଯିବ । ଏହାଯୋଗୁ କ୍ଲିନ ଏନର୍ଜି କ୍ଷେତ୍ରରେ ଦେଶ ଲଗାତାର ଆଗକୁ ବଢୁଛି । ଏହି ପାର୍କ ଦ୍ୱାରା ସିଧାସଳଖ ଲାଭ କୃଷକଙ୍କୁ ମିଳିବ । କଚ୍ଛ ଏବେ ବିଶ୍ୱର ପର୍ଯ୍ୟଟନ ସ୍ଥଳ ମଧ୍ୟରେ ଗଣାଯିବ ।

Share