ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାର ଆଖୁ ଚାଷୀଙ୍କ ସପକ୍ଷରେ ବୁଧବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର କୁଇଣ୍ଟାଲ ଏଫ୍ଆର୍ପି ମୂଲ୍ୟକୁ ୨୯୦ ଟଙ୍କାକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆଜି କ୍ୟାବିନେଟ ବୈଠକରେ ଆଖୁ ଉପରେ ଦିଆଯାଉଥିବା ଫେୟାର ଆଣ୍ଡ୍ ରିମ୍ୟୁନେରେଟିଭ୍ ପ୍ରାଇସ୍ କୁଇଣ୍ଟାଲ ପିଛା ୨୯୦ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଆଖୁର ଏଫ୍ଆର୍ପି କୁଇଣ୍ଟାଲ ପିଛା ୨୮୫ ଟଙ୍କା ଅର୍ଥାତ୍ ଏଥର କୁଇଣ୍ଟାଲ ପିଛା ୫ ଟଙ୍କା ବୃଦ୍ଧି ଘଟିଛି। ଆଖୁ ଆରମ୍ଭ ପୂର୍ବରୁ କେନ୍ଦ୍ର ସରକାର ପ୍ରତିବର୍ଷ ଏଫ୍ଆର୍ପି ଘୋଷଣା କରନ୍ତି। ମିଲରମାନଙ୍କୁ ଏହି ସର୍ବନିମ୍ନ ମୂଲ୍ୟ ଆଖୁ ଚାଷୀଙ୍କୁ ଦେବାକୁ ପଡିବ।