Categories: ଜାତୀୟ

କୃଷକଙ୍କୁ ଦ୍ୱାଦଶ କିସ୍ତି ଟଙ୍କା ଭେଟି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦୁଇଦିନିଆ କିଷାନ ସମ୍ମାନ ସମ୍ମିଳନୀ-୨୦୨୨ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୋଦି ପିଏମ କିଷାନ ଯୋଜନା ଅଧୀନରେ ଚାଷୀମାନଙ୍କୁ ଦ୍ୱାଦଶ କିସ୍ତିରେ ୧୬,୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହାଦ୍ୱାରା ୧୨ କୋଟି କୃଷକ ଉପକୃତ ହେବେ। ନୂଆଦିଲ୍ଲୀର ପୁସା ସ୍ଥିତ ମେଳା ପଡିଆରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପ୍ରାୟ ଦେଶ ବ୍ୟାପୀ ୧୩, ୫୦୦ କୃଷକ ଯୋଗ ଦେଇଛନ୍ତି। ସେହିପରି ୧୫୦୦ ଏଗ୍ରିଷ୍ଟାର୍ଟଅପ ମଧ୍ୟ ସାମିଲ ହୋଇଛି। ସେହିପରି ଭର୍ଚୁଆଲ ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୧ କୋଟି କୃଷକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି।

Share