Categories: ଜାତୀୟ

ଚାଷୀଙ୍କ ଖାତାକୁ ଗଲା ୧୪ ତମ କିସ୍ତି

ନୂଆଦିଲ୍ଲୀ,୨୭।୭: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆଜି ଏକ ବିଶେଷ ଦିନ। କୃଷକମାନେ ଅପେକ୍ଷା କରିଥିବା ପିଏମ କିଷାନ ସମ୍ମାନ ନିଧିର ୧୪ ତମ କିସ୍ତି ଆଜି ଚାଷୀଙ୍କ ଖାତାକୁ ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନର ସିକରରେ ଏକ ସରକାରୀ କାର୍ଯ୍ୟକ୍ରମରେ କୃଷକମାନଙ୍କ ପାଇଁ ଏହି ଲାଭଦାୟକ ଯୋଜନା ଅଧୀନରେ ଏହି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ସିଧାସଳଖ ବେନିଫିଟ ଟ୍ରାନ୍ସଫର ମାଧ୍ୟମରେ ୨୦୦୦ ଟଙ୍କା ସିଧାସଳଖ ଦେଶର ୮.୫ କୋଟି ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚିଛି। ଏହି ୧୪ ତମ କିସ୍ତି ମାଧ୍ୟମରେ ୧୭,୦୦୦ କୋଟିରୁ ଅଧିକ ଟଙ୍କା ଚାଷୀଙ୍କୁ ହସ୍ତାନ୍ତର କରାଯାଇଛି।

 

Share