Categories: ଜାତୀୟ

ଏହି ଦିନ କୃଷକଙ୍କ ଖାତାକୁ ଆସିବ ୨୦୦୦ଟଙ୍କା, ଲାଭ ପାଇବାକୁ ହେଲେ ତୁରନ୍ତ କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୦।୭: ଦେଶରେ କୋଟି କୋଟି ଲୋକ ଅଛନ୍ତି ଯେଉଁମାନେ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଲାଭଦାୟକ ତଥା କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଉପକୃତ ହେଉଛନ୍ତି। ସରକାର ମଧ୍ୟ ଏହି ଯୋଜନାଗୁଡିକରେ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି ଯାହା ଦ୍ୱାରା ଗରିବ ଶ୍ରେଣୀର ଲୋକଙ୍କ ନିକଟରେ ପହଞ୍ଚିପାରିବ। ଏହି କ୍ରମରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ ବହୁ ଲୋକ ଉପକୃତ ହେଉଛନ୍ତି। ଏହି ଯୋଜନାରେ ଯୋଗ୍ୟ ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କା ଦିଆଯାଉଛି ଏବଂ ଏହି ଟଙ୍କା ପ୍ରତ୍ୟେକ କିସ୍ତିରେ ୨୦୦୦ଟଙ୍କା ପ୍ରଦାନ କରାଯାଏ। ଏପର୍ଯ୍ୟନ୍ତ ସମୁଦାୟ ୧୭ ଟି କିସ୍ତି ଜାରି ହୋଇସାରିଛି। ବର୍ତ୍ତମାନ ୧୮ତମ କିସ୍ତିର ପର୍ଯ୍ୟାୟ, କିନ୍ତୁ ଆପଣ ଜାଣନ୍ତି କି କିସ୍ତି ପାଇବା ପାଇଁ ଆପଣଙ୍କୁ କିଛି କାମ କରିବାକୁ ପଡିବ। ଆସନ୍ତୁ ଜାଣିବା ଏହି କାର୍ଯ୍ୟଗୁଡ଼ିକ କ’ଣ ଆଉ କେବେ ୧୮ ତମ କିସ୍ତି ଜାରି ହେବ।

୨୦୨୪ ଜୁନ ୧୮ରେ ୯ କୋଟିରୁ ଅଧିକ ଯୋଗ୍ୟ କୃଷକ ୧୭ ତମ କିସ୍ତିର ଲାଭ ପାଇଛନ୍ତି। ଏହି ଟଙ୍କା ଡିବିଟି ମାଧ୍ୟମରେ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଥିଲା। ଆଉ ଏବେ ୧୮ ତମ କିସ୍ତି ପାଇବାର ସମୟ। ପ୍ରତ୍ୟେକ କିସ୍ତି ପ୍ରତି ଚାରି ମାସରେ ରିଲିଜ ହୁଏ ।

ତେଣୁ ପରବର୍ତ୍ତୀ କିସ୍ତି ପାଇଁ ସମୟ ଅକ୍ଟୋବର ମାସରେ। ଏଭଳି ପରିସ୍ଥିତିରେ ଅକ୍ଟୋବର ମାସରେ ୧୮ ତମ କିସ୍ତି ଜାରି ହୋଇପାରେ। ତେବେ କିସ୍ତି କେବେ ଆସିବ ତାହା ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ସ୍ପଷ୍ଟ ହୋଇନାହିଁ। କିନ୍ତୁ ନିୟମ ଅନୁଯାୟୀ, ଏହି କିସ୍ତି ଅକ୍ଟୋବରରେ ଆସିପାରେ।

ଯଦି ଆପଣ ପିଏମ କିସାନ ଯୋଜନା ସହିତ ଜଡିତ ଅଛନ୍ତି, ତେବେ ଇ-କଓ୍ବୋଇସି କରିବା ଆପଣଙ୍କ ପାଇଁ ଆବଶ୍ୟକ । ଯଦି ଆପଣ ଏହି କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମ୍ପନ୍ନ କରନ୍ତି ତେବେ ଆପଣ କିସ୍ତିର ଲାଭ ପାଇପାରିବେ। ଏହା ବ୍ୟତୀତ ଆପଣଙ୍କୁ ଜମି ଯାଞ୍ଚ କାର୍ଯ୍ୟ ମଧ୍ୟ କରିବାକୁ ପଡିବ। ଯଦି ଆପଣ ଏହା କରିନାହାଁନ୍ତି ତେବେ ଆପଣ କିସ୍ତିର ଲାଭରୁ ବଞ୍ଚିତ ହୋଇପାରନ୍ତି ।

ଯଦି ଆପଣ ଏହି ଯୋଜନା ପାଇଁ ଆବେଦନ କରିଛନ୍ତି, ତେବେ ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଫର୍ମରେ କୌଣସି ପ୍ରକାରର ଭୁଲ ନାହିଁ । ଯଦି ଏହା ଘଟେ ତେବେ ଆପଣ କିସ୍ତିରୁ ବଞ୍ଚିତ ହୋଇପାରନ୍ତି। ।

Share