Posted inଜାତୀୟ

ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୧୫ ତମ କିସ୍ତି, ଜାଣନ୍ତୁ ଆପଣ ଲାଭ ପାଇବେ କି ନାହିଁ

ନୂଆଦିଲ୍ଲୀ,୨୪।୧୦: ଦେଶର କୋଟି କୋଟି କୃଷକ ଭାରତ ସରକାରଙ୍କ ଉଚ୍ଚାଭିଳାଷୀ ଯୋଜନା ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଉପକୃତ ହେଉଛନ୍ତି । ପ୍ରତିବର୍ଷ ଏହି ଯୋଜନା ଅଧୀନରେ ୬ ହଜାର ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥାଏ। ୬ ହଜାର ଟଙ୍କାକୁ ଗୋଟିଏ ବର୍ଷରେ ତିନି କିସ୍ତିରେ ଜାରି କରାଯାଏ। ପ୍ରତ୍ୟେକ କିସ୍ତି ଅନୁଯାୟୀ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ପଠାଯାଏ। ବର୍ତ୍ତମାନ ପର୍ଯ୍ୟନ୍ତ କୃଷକମାନେ ସମୁଦାୟ ୧୪ କିସ୍ତିର ଲାଭ ପାଇଛନ୍ତି। ୧୪ କିସ୍ତି ପାଇବା ପରେ କୃଷକମାନେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୫ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କିସାନ ଯୋଜନାର ୧୫ ତମ କିସ୍ତି ବିଷୟରେ ଏକ ଅପଡେଟ୍‌ ଆସିଛି। ଜାଣନ୍ତୁ ଭାରତ ସରକାର କେବେ ପ୍ରଧାନମନ୍ତ୍ରୀ କିସାନ ଯୋଜନାର ୧୫ ତମ ଦେବେ।

ମିଡିଆ ରିପୋର୍ଟ ଅନୁଯାୟୀ, ସରକାର ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୫ ତମ କିସ୍ତି ଜାରି କରିପାରନ୍ତି। ସୂଚନାଯୋଗ୍ୟ ଯେ କିସ୍ତି ଟଙ୍କା ରିଲିଜ ସମ୍ପର୍କରେ ସରକାର ଏ ପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରିନାହାଁନ୍ତି।

ଯଦି ଆପଣ ଜାଣିବାକୁ ଚାହାଁନ୍ତି ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିବ କି ନାହିଁ? ଏ ବିଷୟରେ ଜାଣିବା ପାଇଁ, ହିତାଧିକାରୀ ତାଲିକାରେ ତୁମର ନାମ ଯାଞ୍ଚ କରିବାକୁ ପଡ଼ିବ। ଏଥିପାଇଁ ସର୍ବପ୍ରଥମେ ପିଏମ କିସାନର ଅଫିସିଆଲ ଓ୍ବେବସାଇଟ pmkisan.gov.inରେ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ବୋମା ଧମକରେ କ୍ଷତି ହେଉଛି ୩କୋଟି, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: କିଛି ଦିନ ହେବ ଲଗାତାର ଭାବେ ଭାରତର ବିମାନଗୁଡ଼ିକୁ ବୋମା ଧମକ ମିଳୁଛି। ଶନିବାର ତିନୋଟି ଇଣ୍ଡିଗୋ ଏୟାରଲାଇନ୍ସ ଏବଂ କିଛି ବିମାନ ଆକାସା...

ରାଜନୀତିରେ ଏଣ୍ଟ୍ରି କଲେ ଜିତନ ରାମ ମାଂଝିଙ୍କ ବୋହୂ

ପାଟନା,୧୯।୧୦: ନଭେମ୍ବର ୧୩ରେ ବିହାରର ଚାରୋଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିରେ ବେଲାଗଞ୍ଜ ଏବଂ ଇମାମଗଞ୍ଜ ସିଟ ଗୟା ଜିଲାର ଅଟେ।...

ଜେଏମଏମ-କଂଗ୍ରେସ ମଧ୍ୟରେ ହେଲା ଆସନ ବୁଝାମଣା, ବାମଦଳ ପାଇଁ ଛାଡିଲେ ୧୧ ଆସନ

ରାଞ୍ଚି,୧୯।୧୦: ଇଣ୍ଡିଆ ମେଣ୍ଟ ଅନ୍ତର୍ଗତ ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ ଏବଂ ବାମ ଦଳ ଏକାଠି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା...

ଥମୁନି ବୋମା ଧମକ, ଆଜିବି କିଛି ବିମାନକୁ ମିଳିଲା ବୋମାରେ ଉଡାଇ ଦେବାକୁ ଧମକ, ଏୟାରଲାଇନ୍ସ କହିଲା…

ନୂଆଦିଲ୍ଲୀ,୧୯।୧୦: ବିମାନକୁ ବୋମାରେ ଉଡାଇ ଦେବାକୁ ମିଳୁଥିବା ଧମକ ଯେମିତି ବନ୍ଦ ହେଉନାହିଁ। ଶନିବାର ମଧ୍ୟ ଅନେକ ବିମାନକୁ ବୋମା ଧମକ ଦିଆଯାଇଥିଲା। ଯେଉଁ କାରଣରୁ...

ଦୁବଇରୁ ବୁଲେଟ ପ୍ରୁଫ କାର ମଗାଇଲେ ସଲମାନ, ଏହାର ଦାମ୍‌ ରହିଛି…

ମୁମ୍ବାଇ,୧୯।୧୦: ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ନିକଟରେ ପୋଲିସ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସୁଟର...

ବିମାନରେ ବୋମା ଅଛି… ଏମିତି ଏକ ମିଛ କଲ ପାଇଁ ଖର୍ଚ୍ଚ ହୋଇଥାଏ ୩ କୋଟି ଟଙ୍କା

ନୂଆଦିଲ୍ଲୀ,୧୯।୧୦: ଗତ କିଛି ଦିନ ହେବ ଦେଶରେ କେତେଜଣ ଅଜଣା ଅପରାଧୀ ବିମାନରେ ବୋମା ଲଗାଯାଇଥିବା ମିଥ୍ୟା କଲ କରି ବିମାନ କମ୍ପାନୀଗୁଡିକ ପାଇଁ ବ୍ୟାପକ...

ପରମାଣୁ ବୋମା ଟେଷ୍ଟିଂରେ ବ୍ୟବହାର ହୁଏ ଲକ୍ଷ ଲକ୍ଷ ଟନ୍‌ ଆଳୁ-ପିଆଜ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: ଦୁନିଆରେ କେବଳ ୯ଟି ଦେଶ ଅଛି ଯେଉଁମାନଙ୍କ ପାଖରେ ପରମାଣୁ ବୋମା ଅଛି। ଭାରତ ଏହି ଶକ୍ତଶାଳୀ ଦେଶ ମଧ୍ୟରୁ ଗୋଟିଏ। ଆପଣ ପରମାଣୁ...

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri