Categories: ଜାତୀୟ

ଏହି ତାରିଖରେ କୃଷକଙ୍କ ଖାତାକୁ ଆସିବ ୧୫ ତମ କିସ୍ତି, ଏତିକି କୋଟି କୃଷକଙ୍କୁ ମିଳିବ ଲାଭ

ନୂଆଦିଲ୍ଲୀ,୯।୧୧: ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ଆର୍ଥିକ ସହାୟତା ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଣିଛନ୍ତି। ଯେଉଁଥିରେ କୃଷକଙ୍କୁ ବର୍ଷକୁ ୬ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଏ। ଏହି ଟଙ୍କା ତିନିଟି କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ଆସେ। ଏହି ଯୋଜନା ଅନୁଯାୟୀ ଏ ପର୍ଯ୍ୟନ୍ତ ୧୪ ଟି କିସ୍ତି ଦିଆଯାଇଛି। ବର୍ତ୍ତମାନ କୃଷକମାନେ ୧୫ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି । ଯାହାର ତାରିଖ ମଧ୍ୟ ବର୍ତ୍ତମାନ ପ୍ରକାଶ ପାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ତମ କିସ୍ତି କୃଷକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବେ ଏବଂ ନଭେମ୍ବର ୧୫ରେ ଚାଷୀଙ୍କ ସହ ଯୋଗାଯୋଗ କରିବେ। ଏହି କାର୍ଯ୍ୟକ୍ରମ ଅପରାହ୍ନ ୩ଟାରେ ଆୟୋଜିତ ହେବ। ଏହି ସମୟରେ ସାରା ଦେଶରେ ୮ କୋଟି ଚାଷୀ ଏହି ଯୋଜନାର ଲାଭ ପାଇବେ।

Share