Categories: ଜାତୀୟ

ବର୍ଷର ପ୍ରଥମଦିନକୁ ଅନ୍ନଦାତାଙ୍କୁ ସମର୍ପଣ କଲେ ମୋଦି

ନୂଆଦିଲ୍ଲୀ,୧ ।୧: ନୂଆବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଏକ ବଡ କଥା କହିଛନ୍ତି । ମୋଦି କହିଛନ୍ତି ବର୍ଷର ପ୍ରଥମଦିନକୁ ଅନ୍ନଦାତାଙ୍କୁ ସମର୍ପଣ କରାଯିବ । ପ୍ରଧାନମନ୍ତ୍ରୀ ମୋଦି ଶନିବାର ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୦ମ କିସ୍ତି ଜାରି କରିବେ । ଏଥିରେ ୨୦ ହଜାର କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରାଯିବ । ଦିନ ୧୨ଟା ୩୦ରେ ଭିଡିଓ କନଫରେନିସିଂ ଜରିଆରେ ଏହାକୁ ଜାରି କରାଯିବ । ଏହାଦ୍ୱାରା ୧୦ କୋଟିରୁ ଅଧିକ ପରିବାର ଲାଭାନ୍ୱିତ ହେବେ । ସୂଚନାଯୋଗ୍ୟ, ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ଫିକା ରହିଛି ନୂଆବର୍ଷ ପାଳନ ।

Share