ଆଜି ଓଡ଼ିଶା ଚାଷୀଙ୍କ ଆକାଉଣ୍ଟକୁ ଆସିଛି କିଶାନ ଟଙ୍କା; ଜାଣି ନ ଥିଲେ ଏହି ଉପାୟରେ ଶୀଘ୍ର ଯାଞ୍ଚ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ୟ ଥର ପାଇଁ ଦାୟିତ୍ୱ ଗ୍ରହଣ କରିବା ପରେ ଜୁନ୍‌ ୧୮ରେ ଚାଷୀଙ୍କ ଆକାଉଣ୍ଟକୁ ପିଏମ୍‌-କିଶାନ ଯୋଜନାର ୧୭ତମ କିସ୍ତି ପଠାଇଛନ୍ତି। ବାରାଣସୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଏହି ଟଙ୍କା ପଠାଇଛନ୍ତି। ଦେଶର ପ୍ରାୟ ୧୨ କୋଟି କୃଷକ ଏହି ଟଙ୍କା ଅପେକ୍ଷାରେ ରହିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ୩ କୋଟି କୃଷକଙ୍କ ଆକାଉଣ୍ଟକୁ ଟଙ୍କା ଯିବ ନାହିଁ। ଆସନ୍ତୁ ଜାଣିବା ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିବ କି ନାହିଁ, କିଭଳି ଏହି ଯୋଜନାର ଟଙ୍କା ପାଇଛନ୍ତି କି ନାହିଁ।
ପିଏମ୍‌ କିଶାନ ଯୋଜନାର ଟଙ୍କା ପାଇବା ଲାଗି କଓ୍ବୋଇସି କରାଇନେବା ଆବଶ୍ୟକ। ହେଲେ ପ୍ରାୟ ୩ କୋଟି କୃଷକ ଏଭଳି ଅଛନ୍ତି ଯେଉଁମାନେ ଏଯାବତ କିଶାନ ସମ୍ମାନ ନିଧି ଯୋଜନାରେ କଓ୍ବୋଇସି କରାଇନାହାନ୍ତି। ଏଣୁ ସେମାନଙ୍କ ଆକାଉଣ୍ଟକୁ ପିଏମ୍‌ କିଶାନ ଯୋଜନାର ୧୭ତମ କିସ୍ତି ଆସିବ ନାହିଁ। ଏହାଛଡ଼ା ଏଭଳି କୃଷକ ଅଛନ୍ତି ଯେଉଁମାନେ ନିଜ ଜମିର ଭେରିଫିକେଶନ କରାଇନାହାନ୍ତି, ସେମାନଙ୍କୁ ମଧ୍ୟ ଏହି ଟଙ୍କା ମିଳିବ ନାହିଁି।
ଏଭଳି ଯାଞ୍ଚ କରନ୍ତୁ:
-ପ୍ରଥମେ ପିଏମ୍‌ କିଶାନ ପୋର୍ଟାଲ(http://pmkisan.gov.in)କୁ ଯାଆନ୍ତୁ
-ଫାର୍ମର୍ସ କର୍ନର ତଳେ ଥିବା ‘ନୋ ଇଓର ଷ୍ଟାଟସ୍‌’ ଅପଶନ୍‌କୁ କ୍ଲିକ କରନ୍ତୁ। ଏହା ପରେ ଆପଣଙ୍କ ସମ୍ମୁଖରେ ନୂଆ ପେଜ୍‌ ଖୋଲିବ। ଯେଉଁଠି ଆପଣଙ୍କ ରେଜିଷ୍ଟ୍ରେଶନ ନମ୍ବର ମଗାଯିବ।
-ଏଣୁ ସ୍କ୍ରିନର ଉପରେ ନିଜର ରେଜିଷ୍ଟେଶନ ନମ୍ବର ଜାଣନ୍ତୁ(ନୋ ଇଓର ରେଜିଷ୍ଟ୍ରେଶନ ନମ୍ବର) ଅପ୍‌ଶନରେ କ୍ଲିକ  କରନ୍ତୁ ଏବଂ ଆଧାର କାର୍ଡରୁ ଖୋଜିବା(ସର୍ଚ୍ଚ ବାଇ ଆଧାର କାର୍ଡ) ଅଥବା ମୋବାଇଲ ଫୋନ୍‌ ଦ୍ୱାରା ଖୋଜିବା(ସର୍ଚ୍ଚ ବାଇ ମୋବାଇଲ ନମ୍ବର)ରୁ ଗୋଟିଏ ଅପଶନ ବାଛନ୍ତୁ।
-ଏହାପରେ ନିଜର ଆଧାର ନମ୍ବର/ମୋବାଇଲ ଏବଂ କ୍ୟାପ୍‌ଚା ଦେଇ ଓଟିପି ବିକଳ୍ପ ବାଛନ୍ତୁ।
-ଓଟିପି ଦେବା ପରେ ରେଜିଷ୍ଟ୍ରୋଶନ ନମ୍ବର ମିଳିଯିବ। ଏହା ପୁନର୍ବାର ନୂଆ ପେଜକୁ ଯାଇ ‘ନୋ ଇଓର ଷ୍ଟାଟସ୍‌’ ବିକଳ୍ପ ବାଛନ୍ତୁ। ଏହା ପରେ ରେଜିଷ୍ଟର୍ଡ ନମ୍ବରରେ ଓଟିପି ଆସିବ। ଏହାକୁ ଦେବା ପରେ ନିଜର ବାଲାନ୍ସ ସ୍କ୍ରିନରେ ନଜର ଆସିବ।
Share