Categories: ଜାତୀୟ

ସପ୍ତାହକ ମଧ୍ୟରେ ଚତୁର୍ଥ ରାଲି କରିବେ ମୋଦି

ନୂଆଦିଲ୍ଲୀ,୬ ।୨: ପାଞ୍ଚ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ହେଲାଣି ସରଗରମ । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିବି ଏ ନେଇ ପ୍ରଚାର ଆରମ୍ଭ କରି ସାରିଲେଣି । ଉତ୍ତର ପ୍ରଦେଶରୁ ନେଇ ଗୋଆ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରଧାନମନ୍ତ୍ରୀଙ୍କ ଚେହେରାକୁ ବ୍ୟବହାର କରି ଭୋଟ ହାତେଇବାକୁ ଚେଷ୍ଟା କରୁଛି ।ଏହି କାରଣ ଯୋଗୁ ଉତ୍ତର ପ୍ରଦେଶରେ ଗୋଟିଏ ସପ୍ତାହ ମଧ୍ୟରେ ମୋଦି ଚତୁର୍ଥ ରାଲି କରିବାକୁ ଯାଉଛନ୍ତି । ରବିବାର ମୋଦି ୩ଜିଲା ମଥୁରା, ଆଗ୍ରା ଓ ବୁଲନ୍ଦସରରେ ଜନତାଙ୍କୁ ଉଦବୋଧନ ଦେବେ । ଏହି ଭର୍ଚୁଆଲ ରାଲି ମାଧ୍ୟମରେ ଭୋଟରଙ୍କୁ ଆପଣେଇବାକୁ ମୋଦି ଚେଷ୍ଟା କରିବେ । ୧ଟା ୩୦ରେ ଆୟୋଜିତ ହେବାକୁ ଯାଉଥିବା ଏହି ରାଲିକୁ ଭାଜପା ଜନ ଚୌପାଲ ରାଲି ନାମ ରଖିଛି । ଏହାପରେ ୫ଟା ୩୦ରେ ମୋଦି ଉତ୍ତର ଗୋଆର ଜନତାଙ୍କୁ ଭର୍ଚୁଆଲ ରାଲି ମାଧ୍ୟମରେ ସମ୍ବୋଧନ କରିବେ । ପୁଣିଥରେ ୧୦ ଫେବୃୟାରୀରେ ଉତ୍ତର ପ୍ରଦେଶ ଲାଗି ଭର୍ଚୁଆଲ ରାଲିରେ ଯୋଗଦେବେ ମୋଦି ।

Share