Categories: ଜାତୀୟ

କୃଷକଙ୍କୁ ମୋଦିଙ୍କ ପଶ୍ନ: କୃଷକଙ୍କୁ ଏତେ ଅଧିକାର ମିଳିବା ପରେ ଆଇନରେ କ’ଣ ରହିଛି ଭୁଲ

ନୂଆଦିଲ୍ଲୀ,୨୫ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କିଷାନ ସମ୍ମାନ ନିଧି ଯୋଜନାର ନୂଆ କିସ୍ତି ଜାରି କରିଛନ୍ତି । ଏଥିରେ ୯ କୋଟି କୃଷକଙ୍କ ଖାତାକୁ ୧୮ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ଏହି ଅବସରରେ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟର କୃଷକମାନଙ୍କୁ ସମ୍ବୋଧନ କରିବା ବେଳେ ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ବିରୋଧୀ କେନ୍ଦ୍ରର କୃଷି ଆଇନକୁ ନେଇ କୃଷକଙ୍କୁ ଭୁଲ ରାସ୍ତା ଦେଖାଉଛନ୍ତି । ଯେଉଁ ରାଜନୈତିକ ଦଳକୁ ଦେଶ କେବେଠାରୁ ଛାଡି ସାରିଛି ସେମାନେ ଆଜି କୃଷକଙ୍କୁ ଭୁଲ ମାର୍ଗ ଦେଖାଉଛନ୍ତି । ଆଉ କେତେଜଣ କୃଷକ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହେବାକୁ ଦେଉ ନାହାନ୍ତି । ଯେତେବେଳେ କୃଷକମାନେ ଆନ୍ଦୋଳନ ଆରମ୍ଭ କରିଥିଲେ ସେତେବେଳେ ସେମାନଙ୍କର ଦାବି ଥିଲା କି ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଦିଆଯାଉ । ହେଲେ ଏବେ ତାହା ବାଟବଣା ହୋଇଗଲାଣି । ଏବେ ଏମାନେ କେତେଜଣଙ୍କର ପୋଷ୍ଟର ଲଗାଇ ସେମାନଙ୍କୁ ମୁକୁଳାଇବା କଥା କହୁଛନ୍ତି । ତେଣୁ ଏବେ କୃଷକ ଆନ୍ଦୋଳନ ନାଁରେ ବିଭିନ୍ନ କଥା ଉଠାଗଲାଣି । ଏହାକୁ ନେଇ ମୋଦି କୃଷକଙ୍କୁ ପ୍ରଶ୍ନ କରିଛନ୍ତି ଯଦି ଆପଣମାନଙ୍କୁ ଏତେ ସୁବିଧା ସୁଯୋଗ ମିଳୁଛି ତେବେ ନୂଆ ଆଇନକୁ ନେଇ ଦ୍ୱନ୍ଦ୍ୱ ଉଠୁଛି କାହିଁକି ।

Share