Categories: ଜାତୀୟ

ଜାତି ନ ଦେଖି ଗୁଜରାଟବାସୀ ମୋତେ ନିର୍ବାଚନ ଜିତାଇଛନ୍ତି: ମୋଦି

ଗାନ୍ଧିନଗର,୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଜରାଟର ମେହସାନାର ମୋଢେରା ଗାଁରେ ପହଞ୍ଚିଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ପକଳ୍ପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ମୋଡେରାକୁ ଭାରତର ପ୍ରଥମ ସୌର ଚାଳିତ ଗ୍ରାମ ବୋଲି ଘୋଷଣା କରିଛନ୍ତି।
ବିକାଶ ପ୍ରକଳ୍ପର ଉଦଘାଟନ କରିବା ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ, ଗତ ଦୁଇ ଦଶନ୍ଧି ଧରି ଗୁଜରାଟର ଲୋକମାନେ ମୋତେ ଆଶୀର୍ବାଦ ଦେଉଛନ୍ତି। ମୋର ଜାତି ପ୍ରତି ଦୃଷ୍ଟି ନ ଦେଇ ଏବଂ ମୋର ରାଜନୈତିକ ପୃଷ୍ଠଭୂମି ନ ଦେଖି ମୋତେ ନିର୍ବାଚନରେ ଜିତାଇଛନ୍ତି। ଏହା ହେଉଛି ଗୁଜରାଟର ଶକ୍ତି, ଯାହା ଆଜି ମୋଢେରାରେ ଦୃଶ୍ୟମାନ ହେଉଛି, ଏହା ଗୁଜୁରାଟର ପ୍ରତ୍ୟେକ କୋଣରେ ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ବିଦ୍ୟୁତ ଉତ୍ପାଦନ କରୁଥିଲେ ଏବଂ ଲୋକମାନେ ଏହାକୁ କିଣୁଥିଲେ। ଲୋକଙ୍କୁ ନିଜ ଘରେ ସୌର ପ୍ୟାନେଲ ସ୍ଥାପନ କରିବାକୁ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି। ଦେଶରେ ସୌର ଶକ୍ତି ବୃଦ୍ଧି ପାଇଁ ସରକାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି।

ସୂଚନାଯୋଗ୍ୟ, ଖୁବଶୀଘ୍ର ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଜ ରାଜ୍ୟରେ କ୍ଷମତା ବଜାୟ ରଖିବାକୁ ଲକ୍ଷ୍ୟ ରଖିଥିବା ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ୨୭ ବର୍ଷ ଧରି କ୍ଷମତାରେ ରହିବା ପରେ କଂଗ୍ରେସ ରାଜ୍ୟ ଜିତିବାକୁ ଆଶା ରଖିଛି।

Share