Categories: ଜାତୀୟ

ଡବଲ ଇଞ୍ଜିନ ସରକାର ଚାହୁଁଛନ୍ତି ତେଲେଙ୍ଗାନାର ଜନତା: ମୋଦି

ହାଇଦ୍ରାବାଦ୍‌,୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହାଇଦ୍ରାବାଦର ପ୍ୟାରେଡ ଗ୍ରାଉଣ୍ଡରେ ଭାଜପାର ବିଜୟ ସଙ୍କଳ୍ପ ଜନସଭାକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ତେଲେଙ୍ଗାନାର ଲୋକମାନେ କଠିନ ପରିଶ୍ରମ ପାଇଁ ଜଣାଶୁଣା। ରାଜ୍ୟବାସୀଙ୍କ ପାଖରେ ବହୁତ ପ୍ରତିଭା ଅଛି। ତେଲେଙ୍ଗାନା ଇତିହାସ ଏବଂ ସଂସ୍କୃତି ପାଇଁ ମଧ୍ୟ ଜଣାଶୁଣା। ଏହାର କଳା ଏବଂ ସ୍ଥାପତ୍ୟ ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଗତ ୮ ବର୍ଷ ମଧ୍ୟରେ ଆମେ ପ୍ରତ୍ୟେକ ଭାରତୀୟଙ୍କ ଜୀବନରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଛୁ। ଦେଶବାସୀଙ୍କ ଜୀବନକୁ କିପରି ସହଜ କରାଯାଇପାରିବ, ବିକାଶର ଲାଭ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ କ୍ଷେତ୍ରରେ କିପରି ପହଞ୍ଚିବ ସେଥିପାଇଁ ଆମେ ନିରନ୍ତର କାର୍ଯ୍ୟ କରିଛୁ। ତେଲେଙ୍ଗାନାରେ ଭାଜପାକୁ ଜନସାଧାରଣଙ୍କ ସମର୍ଥନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗ୍ରେଟର ହାଇଦ୍ରାବାଦ ନିର୍ବାଚନରେ ଆମେ ଏହାର ଆଉ ଏକ ଝଲକ ଦେଖିବାକୁ ମିଳିଥିଲା। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଏଠାରେ ଲୋକମାନେ ଏକ ଡବଲ ଇଞ୍ଜିନ ସରକାର ଚାହୁଁଛନ୍ତି।
ଏହି ସମୟରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ।

Share