ମୋଦି କହିଲେ ଭାରତ ଆଉ ଗ୍ରୀସ ବିଶ୍ୱର ଦୁଇ ପ୍ରାଚୀନ ସଭ୍ୟତା

ଏଥେନ୍ସ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗ୍ରୀସର ପ୍ରଧାନମନ୍ତ୍ରୀ ମିରିୟାକୋସ ମିତ୍ସୋଟାକିସଙ୍କ ସହ ଦ୍ୱିପାକ୍ଷିକ ବର୍ତ୍ତା ପରେ ପ୍ରେସକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗ୍ରୀସ ଏବଂ ଭାରତ ହେଉଛି ବିଶ୍ୱର ଦୁଇଟି ପ୍ରାଚୀନ ସଭ୍ୟତା, ଦୁଇଟି ପ୍ରାଚୀନ ଗଣତାନ୍ତ୍ରିକ ଚିନ୍ତାଧାରା ଏବଂ ଦୁଇଟି ପ୍ରାଚୀନ ବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପର୍କ ମଧ୍ୟରେ ଏକ ପ୍ରାକୃତିକ ମେଳ। ଆମର ସମ୍ପର୍କର ମୂଳଦୁଆ ପ୍ରାଚୀନ ଏବଂ ଶକ୍ତିଶାଳୀ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆଜି କୃଷି କ୍ଷେତ୍ରରେ ସହଯୋଗ ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ଉଭୟ ଦେଶ ସାମରିକ ସମ୍ପର୍କକୁ ମଜବୁତ କରିବା ସହିତ ପ୍ରତିରକ୍ଷା ଶିଳ୍ପକୁ ମଜବୁତ କରିବାକୁ ସହମତ ହୋଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଆମେ ଆତଙ୍କବାଦ ଏବଂ ସାଇବର ସୁରକ୍ଷା କ୍ଷେତ୍ରରେ ପାରସ୍ପରିକ ସହଯୋଗ ଉପରେ ଆଲୋଚନା କରିଛୁ। ଆମେ ସ୍ଥିର କରିଛୁ ଯେ ଏକ ଏନଏସଏ ସ୍ତରର ସଂଳାପ ଫୋରମ ମଧ୍ୟ ରହିବା ଉଚିତ।

Share