Categories: ଜାତୀୟ

ରାହୁଲଙ୍କୁ ଟାର୍ଗେଟ୍‌ କଲେ ମୋଦି, କହିଲେ ଛଟ୍‌ପଟ୍‌ ହେଉଛନ୍ତି କଂଗ୍ରେସ ନେତା

ନୂଆଦିଲ୍ଲୀ, ୨ା୭: ସଂସଦରେ ଲୋକସଭା ଅଧିବେଶନ ଜାରି ରହିଛି । ଆଜିର ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଏନ୍‌ଡିଏର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଏମ୍‌ପିମାନଙ୍କୁ ସମ଼୍େବାଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଆପଣମାନଙ୍କୁ ଭଲ ବ୍ୟବହାର କରିବା ଆବଶ୍ୟକ । ଜଣେ ଚା ବିକାଳି କିପରି ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଗଲା ସେଥିପାଇଁ କଂଗ୍ରେସ ନେତା ଛଟପଟ ହେଉଛନ୍ତି । ଏଥିସହିତ ରାହୁଲ ଗାନ୍ଧିଙ୍କ ବ୍ୟବହାରକୁ ଖରାପ ଦର୍ଶାଇ ଏନ୍‌ଡିଏ ଏମ୍‌ପିମାନଙ୍କୁ ସେ କହିଛନ୍ତି ଯେ, ଆପଣମାନେ ତାଙ୍କ ଭଳି ବ୍ୟବହାର ନକରି ଭଲ ଆଚରଣ କରନ୍ତୁ । କୌଣସି ମୁଦ୍ଦା ଉପରେ ବିସ୍ତାର ଭାବେ କହିବାକୁ ଚେଷ୍ଟା କରନ୍ତୁ ଏବଂ କହିବା ପୂର୍ବରୁ ପଢ଼ିକରି ଆସନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

ଏନ୍‌ଡିଏର ବୈଠକରେ ସେ ଆହୁରି କହିଛନ୍ତି ଯେ, ସେମାନେ ପିଏମ୍‌ ସଂଗ୍ରହାଳୟ ଯିବା ଜରୁରୀ ଏବଂ ସେଠାରେ ପୂର୍ବ ସରକାରଙ୍କ କାର୍ଯ୍ୟକଳାପ ଜାଣିବା ଆବଶ୍ୟକ । ଏମ୍‌ପିମାନେ ନିଜ ନିଜ କ୍ଷେତ୍ରର ଜନସାଧାରଣଙ୍କ ସହିତ ସମ୍ପର୍କରେ ରହିବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ପ୍ରତ୍ୟେକ ଯୋଜନା ବିଷୟରେ ସେମାନଙ୍କୁ ଜଣାଇବାକୁ ସେ ପରାମର୍ଶ ଦେଇଛନ୍ତି ।

Share