ନୂଆଦିଲ୍ଲୀ,୧୮।୩: ସାରା ଦେଶରେ ରଙ୍ଗର ପର୍ବ ହୋଲି ଧୂମଧାମରେ ପାଳନ କରାଯାଏ। ହୋଲି ଅବସରରେ ଲୋକମାନେ ରଙ୍ଗରେ ଭିଜୁଥିବା ଦେଖାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ଦେଶର ଅନେକ ରାଜନେତା ହୋଲିରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି କହିଛନ୍ତି- ଆପଣ ସମସ୍ତଙ୍କୁ ହୋଲିର ବହୁତ ଶୁଭେଚ୍ଛା। ପାରସ୍ପରିକ ପ୍ରେମ, ସ୍ନେହ ଏବଂ ଭାଇଚାରାର ପ୍ରତୀକ ରଙ୍ଗର ଏହି ପର୍ବ ଆପଣଙ୍କ ଜୀବନରେ ସୁଖର ପ୍ରତ୍ୟେକ ରଙ୍ଗ ଆଣନ୍ତୁ।
आप सभी को होली की हार्दिक शुभकामनाएं। आपसी प्रेम, स्नेह और भाईचारे का प्रतीक यह रंगोत्सव आप सभी के जीवन में खुशियों का हर रंग लेकर आए।
— Narendra Modi (@narendramodi) March 18, 2022
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଶବାସୀଙ୍କୁ ହୋଲିରେ ଅଭିନନ୍ଦନ ଜଣାଇ ଏହାକୁ ସମନ୍ବୟର ପ୍ରତୀକ ବୋଲି କହିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ହୋଲି ଉତ୍ସବରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆନନ୍ଦ, ଗୌରବ ଏବଂ ସୌହାର୍ଦ୍ଦ୍ୟର ପ୍ରତୀକ ଭାବରେ ଏହି ପର୍ବ ଆପଣଙ୍କ ଜୀବନରେ ନୂତନ ଉତ୍ସାହ ସୃଷ୍ଟି କରୁ।
होली पर्व की आप सभी को हार्दिक शुभकामनाएँ। हर्ष, उल्लास और सौहार्द का प्रतीक यह उत्सव आपके जीवन में नए उमंग और उत्साह का संचार करे।
Greetings on the special occasion of Holi. It is a festival associated with colours, positivity, vibrancy, happiness and harmony. #HappyHoli
— Rajnath Singh (@rajnathsingh) March 18, 2022
ଏହି ରଙ୍ଗର ପର୍ବ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲୋକଙ୍କ ଜୀବନରେ ସୁଖ ଓ ଶାନ୍ତି କାମନା କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି- ସମସ୍ତଙ୍କୁ ହୋଲିର ବହୁତ ଶୁଭେଚ୍ଛା। ରଙ୍ଗ, ଆନନ୍ଦ ଏବଂ ସୁଖର ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ଶୁଭଫଳ ଏବଂ ନୂତନ ଶକ୍ତି ଆଣିଦେଉ।
सभी को होली की हार्दिक शुभकामनाएँ।
रंग, उमंग व हर्षोल्लास का यह महापर्व सभी के जीवन में सुख-शांति, सौभाग्य और नई ऊर्जा का संचार करे। pic.twitter.com/QkaEAegh0i
— Amit Shah (@AmitShah) March 18, 2022