ବ୍ରିକ୍ସ ସମ୍ମିଳନୀ ସମୟରେ ସାମ୍ନାସାମ୍ନି ହେଲେ ମୋଦି-ଜିନପିଙ୍ଗ୍‌

ଜୋହାନ୍ସବର୍ଗ,୨୪।୮: ଚାଇନା ଏବଂ ଭାରତ ମଧ୍ୟରେ ନିରନ୍ତର ତିକ୍ତତା ଦେଖାଦେଇଛ। ଏହି ସମୟରେ, ଉଭୟ ଦେଶର ବରିଷ୍ଠ ନେତା ୧୫ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି।

ଏହି ସମ୍ମିଳନୀର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ପରସ୍ପର ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ତେବେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା କିଛି ସେକେଣ୍ଡ ପାଇଁ ହୋଇଥିଲା। ଏହି ସମୟରେ ଅନ୍ୟାନ୍ୟ ଦେଶର ନେତାମାନେ ଉପସ୍ଥିତ ଥିଲେ। ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ପ୍ରଧାନମନ୍ତ୍ରୀ ମୋଦି ଜିନପିଙ୍ଗଙ୍କ ଆଡକୁ ଚାହିଁ ନାହାଁନ୍ତି। ବାସ ଅତିକ୍ରମ କରିବାବେଳେ କିଛି ସେକେଣ୍ଡ କଥା ହୋଇ ଆଗକୁ ବଢିଥିଲେ।

Share