Categories: ଜାତୀୟ

ଲତା ମଙ୍ଗେଶକରଙ୍କ ଜନ୍ମ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୯: ୨୮ ସେପ୍ଟେମ୍ବର ଅର୍ଥାତ୍‌ ଆଜି ହେଉଛି ଲତା ମଙ୍ଗେଶକର ୯୪ ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସଂଗୀତ ଜଗତରେ ଅବଦାନ ପାଇଁ କିମ୍ବଦନ୍ତୀ ଗାୟକାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୨୨ ଫେବୃୟାରୀ ୬ରେ ୯୨ ବର୍ଷ ବୟସରେ ଲତା ମଙ୍ଗେଶକରଙ୍କ ଦେହାନ୍ତ ହୋଇଥିଲା।

ଲତା ମଙ୍ଗେଶକରଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଏକ୍ସ(ପୂର୍ବ ଟୁଇଟର) ଆକାଉଣ୍ଟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଲତା ଦିଦିକୁ ତାଙ୍କ ଜନ୍ମ ବାର୍ଷିକୀରେ ସ୍ମରଣ କରୁଛି। ଭାରତୀୟ ସଙ୍ଗୀତରେ ତାଙ୍କର ଅବଦାନ ଦଶନ୍ଧି ପର୍ଯ୍ୟନ୍ତ ରହିବ। ସେହିପରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ସୋସିଆଲ ମିଡିଆ ଏକ୍ସରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Share