Categories: ଜାତୀୟ

ବୁଦ୍ଧ ପାର୍କରେ ମୋଦିଙ୍କ ସହ ବୁଲିଲେ ଫୁମିଓ

ନୂଆଦିଲ୍ଲୀ,୨୦।୨: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଭାରତ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହ ବୁଲୁଥିବାର ନଜର ଆସିଥିଲେ। ସୂଚନାଯୋଗ୍ୟ, ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ଏବଂ ଜାପାନର ଅଧ୍ୟକ୍ଷତାରେ ହେବାକୁ ଥିବା ଜି-୭ ବୈଠକର ପ୍ରାଥମିକତାକୁ ନେଇ ଫୁମିଓ କିଶିଦା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଆଲୋଚନା ହେବ। ଜାପାନର ପ୍ରଧାନମନ୍ତ୍ରୀ ଭାରତରେ ପ୍ରାୟ ୨୭ ଘଣ୍ଟା ବିତାଇବେ ବୋଲି ଜଣାପଡିଛି।

 

 

Share