Categories: ଜାତୀୟ

ବିରଳ ଦୃଶ୍ୟ! ସଂସଦରେ ରାହୁଲଙ୍କୁ ଠାରରେ ଏ କ’ଣ କହିଲେ ମୋଦି, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୨୬।୬: ସଂସଦରେ ବିରଳ ଦୃଶ୍ୟ। ବୁଧବାର ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ରାଜସ୍ଥାନର କୋଟାରୁ ଏମ୍‌ପି ଥିବା ଓମ୍‌ ବିର୍ଲା ଲଗାତର ଦ୍ୱିତୀୟ ଥର ଲାଗି ପଦ ଲାଗି ମନୋନୀତ ହୋଇଥିଲେ। ‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ ଏହି ପଦ ଲାଗି କଂଗ୍ରେସ ଏମ୍‌ପି କେ ସୁରେଶଙ୍କୁ ପ୍ରାର୍ଥୀ କରାଯାଇଥିଲା। ହେଲେ ବିଜେତା ହେବା ଲାଗି ଆବଶ୍ୟକ ସଦସ୍ୟଙ୍କ ସମର୍ଥନ ତାଙ୍କୁ ମିଳି ନ ଥିଲା। ବାଚସ୍ପତି ଭାବେ ଓମ୍‌ ବିର୍ଲା ଚୟନ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ମୋଦି ନିଜ ଆସନରୁ ଉଠି ବିର୍ଲା ବସିଥିବା ସ୍ଥାନରେ ପହଞ୍ଚିଥିଲେ। ବିର୍ଲା ଏହା ଦେଖି ନିଜେ ମଧ୍ୟ ଆସନରୁ ଉଠି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଞ୍ଚିଥିଲେ। ରାହୁଲଙ୍କୁ ଆସୁଥିବା ଦେଖି ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇବାକୁ କହିଥିଲେ। ପରେ ପ୍ରଧାନମନ୍ତ୍ରୀ ଏବଂ ରାହୁଲ ଏକାଠି ବିର୍ଲାଙ୍କୁ ବାଚସ୍ପତି ଆସନ ଯାଇ ନେଇ ଯାଇଥିଲେ। ଗୋଟିଏ ମଞ୍ଚରେ ମୋଦି ଏବଂ ରାହୁଲଙ୍କୁ ଏଭଳି ଭାବେ ଏକାଠି ଦେଖିବା ଐତିହାସିକ ଘଟଣା ବୋଲି କୁହାଯାଉଛି। ଏହା ପୂର୍ବରୁ ଦୁହେଁ କେବେହେଲେ ଏକାଠି ଏଭଳି ନଜର ଆସିନାହାନ୍ତି।

Share