ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ/ଲଣ୍ଡନ,୨୩ ।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଦୁଇ ନେତା ୟୁକ୍ରେନ୍ ସ୍ଥିତିକୁ ନେଇ ବିସ୍ତୃତ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଶୀଘ୍ର ଶେଷ କରିବାକୁ କଥାବାର୍ତ୍ତା ଓ କୁଟନୀତି ସ୍ତରକୁ ଫେରିବାକୁ ଭାରତର ଲଗାତାର ଅପିଲକୁ ଦୋହରାଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିିବା ସୂଚନା ଅନୁଯାୟୀ, ସମକାଳିନ ବିଶ୍ୱ ବ୍ୟବସ୍ଥାର ଆଧାରରେ ଅନ୍ତରାଷ୍ଟୀୟ ଆଇନ ଓ ସମସ୍ତ ଦେଶର କ୍ଷେତ୍ରୀୟ ଅଖଣ୍ଡତା ଓ ସଂପ୍ରଭୁତା ସମ୍ପର୍କରେ ଭାରତର ଧାରଣା ଉପରେ ଜୋର ଦେଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୋରିସ ଜନସନ ଦ୍ୱିପାକ୍ଷିକ ହିତକୁ ନେଇ ଆଲୋଚନା କରିବା ସହ ବ୍ୟବସାୟ, ପ୍ରାଦ୍ୟୋଗିକ, ନିବେଶ, ପ୍ରତିରକ୍ଷା ଓ ସୁରକ୍ଷା ଏହାସହ ଲୋକଙ୍କ ମଧ୍ୟରେ ସମ୍ପର୍କ ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଆହୁରି ଦୃଢ କରିବା କ୍ଷମତା ଉପରେ ସହମତି ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଦ୍ୱିପାକ୍ଷିକ ମୁକ୍ତ ବ୍ୟବସାୟ ବୁଝାମଣା ଉପରେ ଚାଲୁଥିବା ବାର୍ତ୍ତାର ସକରାତ୍ମକ ଗତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

Share