Posted inଜାତୀୟ

ତ୍ରିରଙ୍ଗା ସହ ସେଲ୍‌ଫି ନେଇ ଅପଲୋଡ କରିବାକୁ ଜନତାଙ୍କୁ ଅପିଲ କଲେ ମୋଦି

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୭୭ ତମ ସ୍ବାଧିନତା ଦିବସକୁ ସ୍ବତନ୍ତ୍ର ଢଙ୍ଗରେ ପାଳନ କରିବାକୁ ଦେଶବାସୀଙ୍କୁ ଏକ ନିଆରା ଅପିଲ କରିଛନ୍ତି। ସେ ‘ହର ଘର ତ୍ରିରଙ୍ଗା’ ଆନ୍ଦୋଳନ ଅନ୍ତର୍ଗତ ୱେବସାଇଟ hargarhtiranga.com ରେ ତ୍ରିରଙ୍ଗା ସହିତ ଫଟୋ ଅପଲୋଡ କରିବାକୁ ଜନତାଙ୍କୁ ଅପିଲ କରିଛନ୍ତି। ସମସ୍ତେ ଏହି ୱେବସାଇଟରେ ନିଜ ନିଜର ସେଲଫି ଅପଲୋଡ କରିପାରିବେ। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏକ ଟୁଇଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ତ୍ରିରଙ୍ଗା ହେଉଛି ସ୍ବାଧୀନତା ଏବଂ ଜାତୀୟ ଏକତାର ଭାବନାର ପ୍ରତିକ। ପ୍ରତ୍ୟେକ ଭାରତୀୟଙ୍କର ତ୍ରରଙ୍ଗା ସହିତ ଏକ ଭାବପ୍ରବଣତା ରହିଛି ଏବଂ ଏହା ଆମକୁ ଜାତୀୟ ପ୍ରଗତି ପାଇଁ କଠିନ ପରିଶ୍ରମ କରିବାକୁ ପ୍ରେରଣା ଯୋଗାଇଥାଏ। ମୁଁ ତୁମ ସମସ୍ତଙ୍କୁ ଅନୁରୋଧ କରୁଛି ୧୩ରୁ ୧୫ଅଗଷ୍ଟ ପର୍ଯ୍ୟନ୍ତ ‘ହର ଘର ତ୍ରିରଙ୍ଗା’ ଆନ୍ଦୋଳନରେ ଭାଗ ନେବାକୁ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ପଳାଇବ ନାଗରିକତ୍ୱ! କୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬।୧୧: ଅଡୁଆରେ କଂଗ୍ରେସ ଏମପି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଚାଲି ଯାଇପାରେ ତାଙ୍କର ଭାରତୀୟ ନାଗରିକତା। ଏନେଇ କୋର୍ଟ ବଡ଼ ନିର୍ଦ୍ଦେଶ...

PAN ୨.୦ ଆଣିଲେ ସରକାର; QR କୋଡ୍‌ ରହିଲେ ବନ୍ଦ ହୋଇଯିବ କି ପୁରୁଣା କାର୍ଡ, ନୂଆ ପାଇଁ ଲାଗିବ କେତେ ଟଙ୍କା; ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୧୧: ଭାରତ ସରକାର ପାନ୍‌ କାର୍ଡ ପାଇଁ ନୂତନ PAN ୨.୦ ଯୋଜନା ଆଣିଛନ୍ତି, ଯେଉଁଥିରେ QR କୋଡ୍‌ ଥିବା ପାନ କାର୍ଡ ମାଗଣାରେ ଅପଗ୍ରେଡ୍‌...

ହୋଇଗଲା ଫାଇନାଲ: ଏହି ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ,! ଶିନ୍ଦେଙ୍କୁ ମିଳିବ…

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ବିଜୟ ପରେ ଏବେ ନୂଆ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚର୍ଚ୍ଚା ରହିଛି। ଏ ପର୍ଯ୍ୟନ୍ତ ନୂତନ ସିଏମ୍‌ଙ୍କ ନାଁ...

ଆଇପିଏଲ୍‌ ଅକ୍ସନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଟିମ୍‌ କିଭଳି ହୁଅନ୍ତି ମାଲାମାଲ୍‌, ବିସିସିଆଇକୁ କେତେ ମିଳେ? ଜାଣନ୍ତୁ… 

ନୂଆଦିଲ୍ଲୀ,୨୬।୧୧: ଦୁନିଆର ସବୁଠୁ ଦାମୀ କ୍ରିକେଟ ଲିଗ୍‌ ଆଇପିଏଲ୍‌ ୨୦୨୫ ମାର୍ଚ୍ଚ ୧୪ରୁ ଆରମ୍ଭ ହେବ । ନିକଟରେ ଏହାର ମେଗା ଅକ୍ସନ ସମାପ୍ତ ହୋଇଛି।...

ପୁଣି ଆସୁଛି ବଡ଼ ବାତ୍ୟା! ଓଡ଼ିଶାର ଏହିସବୁ ଜିଲାରେ ପ୍ରବଳ ବର୍ଷା!

ଭୁବନେଶ୍ୱର,୨୬।୧୧: ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧିଲା ଆଉ ଏକ ବାତ୍ୟା । ମୌସୁମୀ ଅପସାରଣ ପରେ ସୃଷ୍ଟି ହେବାକୁ ଯାଉଛି ଦ୍ବିତୀୟ ବାତ୍ୟା । ଏ...

ଏମିତି ଭୁଲ ପାଇଁ ଭାଜପା ଏମପିଙ୍କ ବ୍ରେକଫାଷ୍ଟରେ ପହଞ୍ଚିଗଲେ କଂଗ୍ରେସ ଏମପି

ନୂଆଦିଲ୍ଲୀ,୨୬।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଦିଲ୍ଲୀର ବିକାନେର ହାଉସରେ ଭାରତୀୟ ଜନତା ପାର୍ଟି (ଭାଜପା) ଏମପିମାନଙ୍କ ପାଇଁ ଏକ ବ୍ରେକଫାଷ୍ଟର ଆୟୋଜନ କରିଥିଲେ। ଏଥିପାଇଁ...

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ରାଜ୍ୟ ସଭାରେ ବି ହୋଇଗଲା ବଡ଼ ଖେଳ, ଏହିସବୁ ବଡ଼ ନେତା ଯାଇପାରିବେନି ସଂସଦ!

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ରରେ ଚାଲିଲାନି ମହାବିକାଶ ଅଗାଡିର ରଣନୀତି। ତିନିଦଳର ସବୁ କୌଶଳ ଫସା ପଡିଲା। ଏବେ ମହାରାଷ୍ଟ୍ରରେ ଶୋଚନୀୟ ପରାଜୟ ପରେ ସଙ୍କଟରେ ଏମଭିଏ। ବିଧାନସଭା...

ଆଜି ବି’ ମନେପଡ଼ିଲେ ଲୋମ ଟାଙ୍କୁରି ଉଠେ, ୨୬/୧୧

ମୁମ୍ବାଇ,୨୬।୧୧: ଆଜି ବି’ ମନେପଡିଲେ ଲୋମ ଟାଙ୍କୁରି ଉଠେ। ଆତଙ୍କବାଦୀଙ୍କ ସଂହାରଲୀଳା। ଦେଶର ବାଣିଜି୍ୟକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଖେଳି ଥିଲେ ରକ୍ତର ହୋଲି। ପାକିସ୍ତାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri