Categories: ଜାତୀୟ

ରାଜ୍ୟର ବନ୍ୟା ପରିସ୍ଥିତି ଅନୁଧ୍ୟାନ କଲେ ମୋଦି

ଅହମଦାବାଦ,୧୧।୭: ଗୁଜରାଟରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇ ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରରୁ ସହଯୋଗ ଲୋଡ଼ିଥିଲେ। ବନ୍ୟା ଯୋଗୁଁ ଏ ପର୍ଯ୍ୟନ୍ତ ପ୍ରାୟ ୬୧ ଜଣ ପ୍ରାଣ ହରାଇଛନ୍ତି। ସେହିପରି ବନ୍ୟାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ କାର୍ଯ୍ୟ କରୁଛନ୍ତି। ୨୦୦୦ରୁ ଅଧିକ ଲୋକଙ୍କୁ ବିଭିନ୍ନ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଛି।

ପାଣିପାଗ କହିବା ଅନୁଯାୟୀ, ଲଗାଣ ବର୍ଷା ଯୋଗୁଁ ଗୁଜୁରାଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚାରି ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮ ଇଞ୍ଚ ବର୍ଷା ହୋଇଛି। ସେହିପରି ରବିବାର ଦିନ ମାତ୍ର ତିନି ଘଣ୍ଟା ମଧ୍ୟରେ ରାଜଧାନୀ ଅହମ୍ମଦାବାଦ ୧୧୫ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା।

Share