Posted inଜାତୀୟ

କଂଗ୍ରେସର ଘୋଷଣା ପତ୍ରକୁ ନେଇ ବର୍ଷିଲେ ମୋଦି

ବେଙ୍ଗାଲୁରୁ,୨।୫: କର୍ନାଟକର ହୋସପେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି। ସେ କଂଗ୍ରେସର ଘୋଷଣା ପତ୍ରକୁ ନେଇ କହିଛନ୍ତି, ପ୍ରଥମେ ପ୍ରଭୁ ଶ୍ରୀରାମଙ୍କୁ ନେଇ ଅସୁବିଧା ଥିଲା ଆଉ ଏବେ ଜୟ ବଜରଙ୍ଗି କହୁଥିବା ଲୋକଙ୍କୁ ଘୃଣା କରୁଛନ୍ତି। କଂଗ୍ରେସ ତା’ର ଘୋଷଣା ପତ୍ରରେ ବଜରଙ୍ଗ ଦଳ, ପିଏଫଆଇ ଭଳି ସଙ୍ଗଠନକୁ ବନ୍ଦ କରିବାକୁ ଘୋଷଣା କରିଛି।

ମୋଦି କହିଛନ୍ତି, ଆଜି ମୁଁ ହନୁମାନଙ୍କ ଏହି ପବିତ୍ର ଭୂମିରେ ତାଙ୍କୁ ପ୍ରଣାମ କରୁଛି ଏହା ମୋର ବହୁତ ବଡ ସୌଭାଗ୍ୟ, ହେଲେ ଦୁର୍ଭାଗ୍ୟ ମୁଁ ଆଜି ଯେଉଁଠି ହନୁମାନଙ୍କୁ ପ୍ରଣାମ କରିବାକୁ ଆସିଛି, ଠିକ ସେହି ସମୟରେ କଂଗ୍ରେସ ପାର୍ଟି ତା’ର ଘୋଷଣାପତ୍ରରେ ବଜରଙ୍ଗବଲିଙ୍କୁ ତାଲାରେ ବନ୍ଦ କରିବାର ନିଷ୍ପତ୍ତି ନେଇଛି। ପ୍ରଥମେ ଶ୍ରୀରାମଙ୍କୁ ତାଲାରେ ବନ୍ଦ କଲେ ଆଉ ଏବେ ଜୟ ବଜରଙ୍ଗବଲି କହୁଥିବା ଲୋକଙ୍କୁ ତାଲାରେ ବନ୍ଦ କରିବାର ସଂକଳ୍ପ ନେଇଛନ୍ତି। ଏହା ଦେଶର ଦୁର୍ଭାଗ୍ୟ ଯେ କଂଗ୍ରେସ ପାର୍ଟିକୁ ପ୍ରଭୁ ଶ୍ରୀରାମଙ୍କୁବି ଅଡୁଆ ଲାଗୁଛି ଆଉ ଏବେ ଜୟ ବଜରଙ୍ଗବଲି କହୁଥିବା ବ୍ୟକ୍ତିଙ୍କୁ ବି ଅଡୁଆ ଲାଗିଲାଣି।

ସୂଚନାଯୋଗ୍ୟ, କଂଗ୍ରେସ ତା’ର ଘୋଷଣାପତ୍ରରେ କହିଛି ଯେ ଜାତି ଓ ଧର୍ମ ଆଧାରରେ ସମ୍ପ୍ରଦାୟ ମଧ୍ୟରେ ଘୃଣା ବିସ୍ତାର କରୁଥିବା ସଙ୍ଗଠନ ବିରୋଧରେ କଂଗ୍ରେସ ସଠିକ ଓ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତିବଦ୍ଧ। ଆମେ ବିଶ୍ୱାସ କରୁ ଯେ ଆଇନ ଏବଂ ସମ୍ବିଧାନ ପବିତ୍ର ଅଟେ। କୌଣସି ବ୍ୟକ୍ତି କିମ୍ବା ବଜରଙ୍ଗ ଦଳ, ପିଏଫଆଇ ଏବଂ ଅନ୍ୟାନ୍ୟ ସଙ୍ଗଠନ ଯେଉଁମାନେ ଘୃଣା ଏବଂ ଶତ୍ରୁତା ବିସ୍ତାର କରନ୍ତି ସଂଖ୍ୟା ଗରିଷ୍ଠତା ବା ସଂଖ୍ୟାଲଘୁଙ୍କ ମଧ୍ୟରେ ହେଉ, ସେମାନେ ଆଇନ ଓ ସମ୍ବିଧାନର ଉଲ୍ଲଂଘନ କରିପାରିବେ ନାହିଁ। ଆଇଇନ ଅନୁଯାୟୀ, ଏଭଳି ସଙ୍ଗଠନ ଉପରେ ପ୍ରତିବନ୍ଧକ ଲଗାଇବା ସହିତ ଆମେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବକ୍‌ଫ କମିଟି ବୈଠକ ଅଧାରୁ ପଳାଇଲେ ବିରୋଧୀ

ନୂଆଦିଲ୍ଲୀ,୨୮ା୧୦: ଦିଲ୍ଲୀ ଓ୍ବକ୍‌ଫ ବୋର୍ଡ ରିପୋର୍ଟକୁ ବିରୋଧ କରି ବିରୋଧୀ ସଦସ୍ୟମାନେ ସୋମବାର ଓ୍ବକ୍‌ଫ ବିଲ୍‌ ବୈଠକରୁ ଉଠିଯାଇଥିଲେ। ଯୁଗ୍ମ ସଂସଦୀୟ କମିଟି ଅଧ୍ୟକ୍ଷ ତଥା...

ଏତିକି ଟଙ୍କା ପାଇଁ ସ୍ବାମୀଙ୍କୁ ମାରି ଦେଲେ ସ୍ତ୍ରୀ: ଆଉ ତା’ପରେ ମୃତଦେହ ନେଇ..

ବେଙ୍ଗାଲୁରୁ ,୨୮ା୧୦:କର୍ନାଟକର କୋଡାଗୁ ଜିଲା ଅନ୍ତର୍ଗତ ଏକ କଫି ବଗିଚାରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ୩ ସପ୍ତାହ ପୂର୍ବରୁ ମିଳିଥିଲା। ପୋଲିସ ଏହା ଉପରେ...

ଉଦ୍ଧବ ଠାକରେଙ୍କୁ ବଡ଼ ଝଟ୍‌କା: ଟିକେଟ୍‌ ମିଳିବା ପରେ ନାଁ ପ୍ରତ୍ୟାହାର କଲେ ପ୍ରାର୍ଥୀ: ଏବେ ଏକନାଥ ଶିନ୍ଦେଙ୍କୁ ସମର୍ଥନ

ପୁଣେ,୨୮।୧୦: ମହାରାଷ୍ଟ୍ରରେ ନିର୍ବାଚନ ତାତି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସମ୍ଭାଜିନଗର ସେଣ୍ଟ୍ରାଲରୁ ଉଦ୍ଧବ ଠାକରେଙ୍କ ଦଳର ପ୍ରାର୍ଥୀ ତାଙ୍କ ନାମ ପ୍ରତ୍ୟାହାର...

ଭଙ୍ଗା-ଗଢା ରାଜନୀତି କରୁଛି ଭାଜପା: ସଞ୍ଜୟ ରାଉତ

ମୁମ୍ବାଇ,୨୮।୧୦: ଶିବସେନାର ରାଜ୍ୟ ସଭା ଏମପି (ଉଦ୍ଧବ ବାଲାସାହେବ ଠାକରେ) ଏବଂ ଦଳର ମୁଖପାତ୍ର ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ଦଳ ଭାଙ୍ଗି...

ସ୍ପେନିସ ଫୁଟବଲକୁ ନେଇ ଏମିତି କହିଲେ ମୋଦି

ବଦୋଦରା,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ସୋମବାର ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ କ୍ୟାମ୍ପସରେ C-295 ବିମାନ ଉତ୍ପାଦନ...

ଭୋଟ ପୂର୍ବରୁ ମାଗଣା ବିଜୁଳି, ଋଣ ଛାଡ ଭଳି ଲଲିପପ ଦେଖାଉଛନ୍ତି ନେତା!

ରାଞ୍ଚି,୨୮।୧୦: ଝାଡ଼ଖଣ୍ଡର ୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସିବା ମାତ୍ରେ ଗୋଡ୍ଡା ଜିଲାର ପଥରଗାମା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଅବିଶ୍ୱାସର ଭାବନା ସୃଷ୍ଟି...

ମୁହଁ ଖୋଲିଲେ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼, କହିଲେ କ’ଣ ହୋଇଥିଲା ଆଲୋଚନା

ନୂଆଦିଲ୍ଲୀ,୨୮ା୧୦: ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବାସଭବନକୁ ଆସିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼। ଏହି ଘଟଣାକୁ ନେଇ...

ଓ୍ବେଟିଂ ଲିଷ୍ଟ କନଫର୍ମ ହେବ କି ନା, ଟିକେଟରେ ଥିବା କୋଡ ଦେଖି ନିଜେ କରିପାରିବେ ଚେକ୍‌

ନୂଆଦିଲ୍ଲୀ,୨୮।୧୦: ଦୀପାବଳି ସମୟରେ ପ୍ରାୟ ସବୁ ଟ୍ରେନରେ ଯାତ୍ରୀଙ୍କ ଭିଡ ପରିଲକ୍ଷିତ ହୋଇଥାଏ। ବିଶେଷକରି ଉତ୍ତର ପ୍ରଦେଶ-ବିହାର ଯାଉଥିବା ଟ୍ରେନରେ କନଫର୍ମ ଟିକେଟ ପାଇବା କଷ୍ଟକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri