Categories: ଜାତୀୟ

ଆପଣମାନେ ଯେଉଁ ଭଲପାଇବା ଆଉ ଆଶୀର୍ବାଦ ଦେଇଛନ୍ତି, ସୁଧମୂଳ ସହ ଫେରାଇବି: ମୋଦି

ବେଙ୍ଗାଲୁରୁ,୭।୫: କର୍ନାଟକ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସମସ୍ତ ରାଜନୈତିକ ଦଳର ପ୍ରଚାର ବି ସେତିକି ଆଗକୁ ଆଗକୁ ବଢି ଚାଲିଛି। ଏଥର ରାଜ୍ୟରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ ଯୋରଦାର ଟକ୍କର ଦେଖିବାକୁ ମିଳିଛି। ଏହି କ୍ରମରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁରେ ରୋଡ ଶୋ’ କରିବା ପରେ ଶିବମୋଗାରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ମୋଦି ‘ଭାରତ ମାତା କି ଜୟ’ ଓ ‘ବଜରଙ୍ଗ ବଲି କି ଜୟ’ ବୋଲି କହିଥିଲେ। ମୋଦି କହିଥିଲେ ରବିବାର ନିଟ ପରୀକ୍ଷା ଥିବାରୁ ଆମେ ରୋଡ ଶୋ’କୁ ଶୀଘ୍ର ଶେଷ କରିଛୁ। କୌଣସି ବି ରାଜନୈତିକ ଦଳ ଏତେ ଶୀଘ୍ର ଜନସଭା କରିବାକୁ ସାହସ କରିବେ ନାହିଁ।
ସେ କହିଛନ୍ତି, ଶିବମୋଗାର ଏହି ମାଟିରେ ମୁଁ ସମ୍ପୂର୍ଣ୍ଣ କର୍ନାଟକକୁ ବିଶ୍ୱାସ ଦେବାକୁ ଚାହୁଁଛି, ଅସଲ ଗ୍ୟାରେଣ୍ଟି ଦେବାକୁ ଚାହୁଁଛି କି ଆପଣମାନେ ମୋତେ ଯେଉଁ ଭଲପାଇବା ଦେଇଛନ୍ତି, ଆପଣମାନେ ମୋତେ ଯେଉଁ ଆଶୀର୍ବାଦ ଦେଇଛନ୍ତି, ମୁଁ କର୍ନାଟକର ବିକାଶ କରି ଆପଣଙ୍କୁ ଏହାର ସୁଧମୂଳ ସହ ଫେରାଇବି।

Share