Categories: ଜାତୀୟ

‘ଭାରତ ଆତ୍ମବିଶ୍ୱାସର ସହ ଅଜଣା ଶତ୍ରୁକୁ କରିଛି ସାମ୍ନା’

ଚେନ୍ନାଇ,୨୯।୭: ଚେନ୍ନାଇରେ ଆନ୍ନା ବିଶ୍ୱବିଦ୍ୟାଳୟର ୪୨ତମ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି ଏବଂ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୬୯ ଜଣ ଯୋଗ୍ୟ ଛାତ୍ରୀଛାତ୍ରଙ୍କୁ ସ୍ବର୍ଣ୍ଣ ପଦକ ଏବଂ ପ୍ରମାଣପତ୍ର ପ୍ରଦାନ କରିଥିଲେ।
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି, ସ୍ନାତକ ହାସଲ କରିଥିବା ସମସ୍ତଙ୍କୁ ଅଭିନନ୍ଦନ। ଆପଣ ନିଜ ମନରେ ନିଜ ପାଇଁ ଏକ ଭବିଷ୍ୟତ ପ୍ରସ୍ତୁତ କରିସାରିଥିବେ। ତେଣୁ, ଆଜି କେବଳ ସଫଳତାର ନୁହେଁ, ବରଂ ଆକାଂକ୍ଷାର ଦିନ ମଧ୍ୟ ଅଟେ। କରୋନା ମହାମାରୀ ସାରା ବିଶ୍ୱରେ ସଙ୍କଟ ସୃଷ୍ଟି କରିଛି। ଏହି ସଙ୍କଟକୁ ଦୁନିଆର ପ୍ରତ୍ୟେକ ଦେଶ ସହିଛି। ଏହି ବିପତ୍ତି ସମୟରେ ବୈଜ୍ଞାନିକ, ସ୍ବାସ୍ଥ୍ୟକର୍ମୀ ଏବଂ ସାଧାରଣ ଜନତାଙ୍କ କାର୍ଯ୍ୟ ବେଶ୍‌ ପ୍ରଶସଂସନୀୟ ଥିଲା। ଭାରତ ଆତ୍ମବିଶ୍ୱାସର ସହ କରୋନା ଭଳି ଅଜଣା ଶତ୍ରୁକୁ ସାମ୍ନା କରିଛି।

ଆନ୍ନା ବିଶ୍ୱବିଦ୍ୟାଳୟ ୪ ସେପ୍ଟେମ୍ବର ୧୯୭୮ରେ ପ୍ରତିଷ୍ଠିତ ହୋଇଥିଲା। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସି.ଏନ ଆନ୍ନାଦୁରାଇଙ୍କ ନାମରେ ଏହାର ନାମକରଣ କରାଯାଇଛି।

Share