Categories: ଜାତୀୟ

ବଡ଼ ବଡ଼ ଦେଶ ଯାହା କରିପାରିଲା ନାହିଁ, ଭାରତ ତାହା କରିଦେଖାଇଲା: ପ୍ରଧାନମନ୍ତ୍ରୀ

ପୁଣେ,୬।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ସେଠାରେ ଫସି ରହିଥିବା ସମସ୍ତ ଭାରତୀୟଙ୍କ ସଫଳ ସ୍ଥାନାନ୍ତର କରାଯାଉଛି। ଏହାର ନାମ ‘ଅପରେସନ ଗଙ୍ଗା’ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୁଦ୍ଧ ପ୍ରଭାବିତ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଥଇଥାନ କରିବା ପାଇଁ ଚାଲିଥିବା ‘ଅପରେସନ ଗଙ୍ଗା’ର ସଫଳତାକୁ ନେଇ ନିଜ ମତ ରଖିଛନ୍ତି।
ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ‘ଅପରେସନ ଗଙ୍ଗା’ର ସଫଳତା ପାଇଁ ବିଶ୍ୱ ସ୍ତରରେ ଭାରତର ବଢୁଥିବା ପ୍ରଭାବକୁ ପ୍ରଧାନମନ୍ତ୍ରୀ ମୋଦି ଶ୍ରେୟ ଦେଇଛନ୍ତି। ରବିବାର ସିମ୍ବିଓସିସ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ମୋଦି କହିଛନ୍ତି, ଅପରେସନ ଗଙ୍ଗା ମାଧ୍ୟମରେ ଆମେ ହଜାର ହଜାର ଭାରତୀୟଙ୍କୁ ଯୁଦ୍ଧ କ୍ଷେତ୍ରରୁ ନିରାପଦରେ ସ୍ଥାନାନ୍ତର କରୁଛୁ। ଆମେ ସଫଳତାର ସହ କୋଭିଡ ପରିଚାଳନା କରିଛୁ ଏବଂ ଏବେ ୟୁକ୍ରେନର ପରିସ୍ଥିତି ବଡ ଦେଶଗୁଡିକ ମଧ୍ୟ ଏହା କରିବା କଷ୍ଟକର ହୋଇପଡୁଛନ୍ତି, ବିଶ୍ୱରେ ଭାରତର ପ୍ରଭାବ ବଢୁଥିବାରୁ ୟୁକ୍ରେନର ଯୁଦ୍ଧ ଜୋନରୁ ହଜାର ହଜାର ଛାତ୍ରଙ୍କୁ ଫେରାଇ ଆଣିବାକୁ ଆମେ ସକ୍ଷମ ହୋଇଛୁ।
ସୂଚନାଯୋଗ୍ୟ,ୟୁକ୍ରେନରେ ଚାଲିଥିବା ସଙ୍କଟ ମଧ୍ୟରେ ଭାରତ ସରକାର ସେଠାରୁ ୧୩,୭୦୦ ନାଗରିକଙ୍କୁ ‘ଅପରେସନ ଗଙ୍ଗା’ ଅଧୀନରେ ଫେରାଇ ଆଣିଛନ୍ତି।

Share