ନୂଆଦିଲ୍ଲୀ,୧୦ ।୩: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥୋନି ଅଲ୍ମନିଜ ଏବେ ଭାରତ ଗସ୍ତରେ ଅଛନ୍ତି, ଏହି ଗସ୍ତର ଉଦ୍ଦେଶ୍ୟ ଦୁଇ ଦେଶ ମଧ୍ୟରେ ବ୍ୟବସାୟ, ନିବେଶ ଓ ପ୍ରତିରକ୍ଷା ସମ୍ପର୍କକୁ ମଜଭୁତ କରିବା । ଶୁକ୍ରବାର ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ମିଳିତ ପ୍ରେସ ମିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଅଲ୍ୱନିଜଙ୍କୁ ଭାରତ ଭିଜିଟ ଉପରେ ସ୍ୱାଗତ କରାଯାଇଛି ।
ମୋଦି କହିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ହୋଲିରେ ଭାରତ ଗସ୍ତ କରିଛନ୍ତି ଓ ଆମେ ଏକାଠି କ୍ରିକେଟ ମଇଦାନରେ ସମୟ କାଟିଛୁ । ପ୍ରେସ ମିଟରେ ମୋଦି କହିଛନ୍ତି ଆମେ ସୁରକ୍ଷା ସହଯୋଗ ଉପରେ କଥାବାର୍ତ୍ତା ହୋଇଛି ଓ ପ୍ରତିରକ୍ଷା ସହଯୋଗକୁ ବଢାଇବାକୁ ବି ବିସ୍ତାର ଭାବେ କଥା ହୋଇଛି ।
ଏହି ଆଲୋଚନାରେ ଅଷ୍ଟ୍ରେଲିଆରେ ମନ୍ଦିର ଉପରେ ହେଉଥିବା ଆକ୍ରମଣ କଥା ବି ଉଠାଇଥିଲେ । ସେ କହିଥିଲେ ଏଭଳି ଆକ୍ରମଣ ଚିନ୍ତାଜନକ । ଏହାକୁ ନେଇ ବି ବିସ୍ତାର ଭାବେ ଅଷ୍ଟ୍ରେଲିଆ ପ୍ରଧାମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୋଦି । ଏବେ ଏହା ଉପରେ ସେ କାମ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି । ଏହାସହ ସୁରକ୍ଷା ଏଜେନ୍ସିକୁ ଆହୁରି ମଜଭୁତ କରିବାକୁ ବି ଆମେ କଥା ହୋଇଛୁ ବୋଲି ମୋଦି କହିଛନ୍ତି ।