Categories: ଜାତୀୟ

ଅଯୋଧ୍ୟା ଯିବେ ମୋଦି

ନୂଆଦିଲ୍ଲୀ,୧୯।୭: : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଅଗଷ୍ଟ ୮ରେ ସମ୍ପନ୍ନ ହେବ ବୋଲି ଜଣାପଡିଛି। ଏହାର ଶୁଭାରମ୍ଭ ୫ ଅଗଷ୍ଟ ସକାଳ ୮ଟାରେ ଆରମ୍ଭ କରାଯିବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଗସ୍ତ କରି ଭୂମୀ ପୂଜା କାମରେ ଯୋଗଦେବେ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଶନିବାର ରାମ ଜନ୍ମଭୂମୀ ତୀର୍ଥ ଟ୍ରଷ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୂମୀ ପୂଜା ତାରିଖ ସମ୍ପର୍କରେ ଆଲୋଚନା କରାଯିବା ପରେ ଅଗଷ୍ଟରେ ଏହି କାମ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ରାମ ଜନ୍ମଭୂମି ଭୂମୀ ପୂଜନ ଲାଗି ରାମ ଜନ୍ମଭୂମୀ ତୀର୍ଥ ଟ୍ରଷ୍ଟ ପକ୍ଷରୁ ଅଗଷ୍ଟ ୫ ଓ ୮ତାରିଖ ପଠାଯାଇଛି। ଅଗଷ୍ଟ ୮ରେ ଭୂମୀ ପୂଜନ କାର୍ଯ୍ୟ ସମ୍ପନ୍ନ ହେବା ଅନୁମାନ କରି ଏହିଦିନ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଗସ୍ତ କରିବାର କାର୍ଯ୍ୟକ୍ରମ ରଖାଯାଇଥିବା ପିଏମ୍‌ଓ ପକ୍ଷରୁ କୁହାଯାଇଛି।

Share