Categories: ଜାତୀୟ

ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୫: ଗୁଜରାଟର ଭରୁଚଠାରେ ଗୁରୁବାର ଆୟୋଜିତ ‘ଉତ୍କର୍ଷ ସମରୋହ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ। ଏହି ସମୟରେ ସେ ହିତାଧିକାରୀମାନଙ୍କ ସହିତ କଥାବାର୍ତ୍ତା ହୋଇ ଭାବପ୍ରବଣ ହୋଇପଡିଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜଣେ ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିବା ସମୟରେ ଭାବପ୍ରବଣ ହୋଇପଡିଥିଲେ। ‘ଉତ୍କର୍ଷ ସମରୋହ’ରେ ମୋଦିଙ୍କ ସହ କଥାବାର୍ତ୍ତା ବେଳେ ଆୟୁବ ପଟେଲ ନାମକ ଜଣେ ବ୍ୟକ୍ତି କହିଛନ୍ତି, ୨ ଝିଅଙ୍କୁ ଡାକ୍ତର କରିବା ତାଙ୍କ ସ୍ବପ୍ନ। ତାଙ୍କ କଥା ଶୁଣି ଭାବପ୍ରବଣ ପ୍ରଧାନମନ୍ତ୍ରୀ ହୋଇପଡି ତୁରନ୍ତ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ। ମୋଦି କହିଥିଲେ, ତୁମର ଝିଅଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ସାହାଯ୍ୟ ଦରକାର ଯଦି ମୋତେ ଜଣାନ୍ତୁ। ଏହି କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ।

Share