Categories: ଜାତୀୟ

ମୋଦି ସର୍ବାଧିକ ସମୟ କ୍ଷମତାରେ ଥିବା ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୪।୮: ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ସର୍ବାଧିକ ସମୟ କ୍ଷମତାରେ ରହିଛନ୍ତି। ସେ ପ୍ରଧାନମନ୍ତ୍ରୀ ଭାବେ ୬ ବର୍ଷ ୭୯ ଦିନ ପୂରଣ କରିଛନ୍ତି। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଭାବେ ମୋଟ ୨,୨୬୮ ଦିନ କ୍ଷମତାରେ ଥିଲେ।୨୦୧୪ ମେ’ ୨୬ରେ କ୍ଷମତାକୁ ଆସିଥିବା ମୋଦି ସର୍ବାଧିକ ସମୟ କ୍ଷମତାରେ ରହିବାରେ ଭାରତର ଚତୁର୍ଥ ପ୍ରଧାନମନ୍ତ୍ରୀ। ଜବାହରଲାଲ ନେହେରୁ ସର୍ବାଧିକ ୧୬ ବର୍ଷ ୨୮୬ ଦିନ କ୍ଷମତାରେ ରହିଥିବାବେଳେ ଇନ୍ଦିରା ଗାନ୍ଧୀ ୧୧ ବର୍ଷ ୫୯ ଦିନ ଏବଂ ମନମୋହନ ସିଂ ୧୦ ବର୍ଷ ରହିଥିଲେ।

Share